ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅବନୀତଙ୍କ ଫଟୋ ଲାଇକ୍‌ କରି କୋହଲିଙ୍କ ସଫେଇ, କହିଲେ-‘ଅଯଥା କାହାଣୀ ସୃଷ୍ଟି କରନ୍ତୁନି’

Published By : Krishna Priya | May 4, 2025 9:56 AM

ନୂଆଦିଲ୍ଲୀ ୦୪/୦୫: କ୍ରିକେଟର ବିରାଟ କୋହଲି ନିକଟରେ ବି-ଟାଉନ୍‌ ଅଭିନେତ୍ରୀ ଅବନୀତ କୌରଙ୍କର ଏକ ପୋଷ୍ଟ୍‌କୁ ଲାଇକ୍‌ କରିଥିଲେ । କିନ୍ତୁ କିଛି ସମୟ ପରେ ଲାଇକ୍‌କୁ ହଟାଇଦେଲେ । କିନ୍ତୁ ଇତିମଧ୍ୟରେ କୋହଲିଙ୍କ ଲାଇକ୍‌ର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ବି ଆରମ୍ଭ ହେଲା । ଏବେ ଏ ମାମଲାରେ ବିରାଟ ସଫେଇ ଦେଇଛନ୍ତି । କୋହଲି ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଛନ୍ତି ‘ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଫିଡ୍‌ କ୍ଲିୟର୍‌ କରିବା ସମୟରେ ବୋଧହୁଏ ଆଲ୍‌ଗୋରିଦମ୍‌ ଭୁଲରେ କୌଣସି କାର୍ଯ୍ୟକଳାପ ରେଜିଷ୍ଟର୍‌ କରିଦେଇଛି । ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନ ଥିଲା । ମୁଁ ଆପଣଙ୍କୁ ନିବେଦନ କରୁଛି, ଦୟାକରି ଅଯଥା କୌଣସି ପ୍ରକାର କାହାଣୀ ସୃଷ୍ଟି ନ କରନ୍ତୁ । ବୁଝିବା ପାଇଁ ଧନ୍ୟବାଦ ।’ 

କୋହଲି ଅବନୀତ କୌରଙ୍କ ଫ୍ୟାନ୍‌ ପେଜ୍‌ର ପୋଷ୍ଟ୍‌ ଲାଇକ୍‌ କରିବା ପରେ ୟୁଜର୍‌ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଲେ । ଏ ବର୍ଷ ଅବନୀତ ଦୁବାଇରେ ଭାରତର ଏକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ଫଟୋ ଶେୟାର କରିଥିଲେ । ଏହା ପରେ ଶୁଭମନ ଗିଲ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା । ଗୋଟିଏ ଫଟୋରେ ସେ ଶୁଭମନଙ୍କୁ ଜନ୍ମଦିନ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । କିନ୍ତୁ ଫ୍ୟାନ୍‌ଙ୍କ କହିବା ଅନୁସାରେ, ଅବନୀତ ପ୍ରକୃତରେ ପ୍ରଯୋଜକ ରାଘବ ଶର୍ମାଙ୍କୁ ଡେଟ୍‌ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.