ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅବନୀତଙ୍କ ଫଟୋ ଲାଇକ୍‌ କରି କୋହଲିଙ୍କ ସଫେଇ

Published By : Anindita Ratha | May 4, 2025 10:40 AM

ମୁମ୍ବାଇ,୦୪/୦୫:କ୍ରିକେଟର ବିରାଟ କୋହଲି ନିକଟରେ ବି-ଟାଉନ୍‌ ଅଭିନେତ୍ରୀ ଅବନୀତ କୌରଙ୍କର ଏକ ପୋଷ୍ଟ୍‌କୁ ଲାଇକ୍‌ କରିଥିଲେ । କିନ୍ତୁ କିଛି ସମୟ ପରେ ଲାଇକ୍‌କୁ ହଟାଇଦେଲେ । କିନ୍ତୁ ଇତି ମଧ୍ୟରେ କୋହଲିଙ୍କ ଲାଇକ୍‌ର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ବି ଆରମ୍ଭ ହେଲା । ଏବେ ଏ ମାମଲାରେ ବିରାଟ ସଫେଇ ଦେଇଛନ୍ତି ।

କୋହଲି ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଛନ୍ତି ‘ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଫିଡ୍‌ କ୍ଲିୟର୍‌ କରିବା ସମୟରେ ବୋଧ ହୁଏ ଆଲ୍‌ଗୋରିଦମ୍‌ ଭୁଲରେ କୌଣସି କାର୍ଯ୍ୟକଳାପ ରେଜିଷ୍ଟର୍‌ କରିଦେଇଛି । ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନ ଥିଲା । ମୁଁ ଆପଣଙ୍କୁ ନିବେଦନ କରୁଛି, ଦୟାକରି ଅଯଥା କୌଣସି ପ୍ରକାର କାହାଣୀ ସୃଷ୍ଟି ନ କରନ୍ତୁ । ବୁଝିବା ପାଇଁ ଧନ୍ୟବାଦ ।’ କୋହଲି ଅବନୀତ କୌରଙ୍କ ଫ୍ୟାନ୍‌ ପେଜ୍‌ର ପୋଷ୍ଟ୍‌ ଲାଇକ୍‌ କରିବା ପରେ ୟୁଜର୍‌ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଲେ । ଏ ବର୍ଷ ଅବନୀତ ଦୁବାଇରେ ଭାରତର ଏକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ଫଟୋ ଶେୟାର କରିଥିଲେ । ଏହା ପରେ ଶୁଭମନ ଗିଲ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା । ଗୋଟିଏ ଫଟୋରେ ସେ ଶୁଭମନଙ୍କୁ ଜନ୍ମଦିନ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । କିନ୍ତୁ ଫ୍ୟାନ୍‌ଙ୍କ କହିବା ଅନୁସାରେ, ଅବନୀତ ପ୍ରକୃତରେ ପ୍ରଯୋଜକ ରାଘବ ଶର୍ମାଙ୍କୁ ଡେଟ୍‌ କରୁଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.