ନୂଆଦିଲ୍ଲୀ, ୮/୨ : ଚାଲିଛି ଟି-୨୦ ବିଶ୍ବକପ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଆମେରିକା ବିପକ୍ଷରେ ମ୍ୟାଚ ଜିତିଛି । ତେବେ ଏହି ମ୍ୟାଚ ସମୟରେ କମେଟ୍ରି କରିଥିଲେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ । ଦୀର୍ଘଦିନ ଧରି ଟିମ ଇଣ୍ଡିଆରୁ ବାହାରେ ରହିଥିବା ଚହଲ ଏବେ କମେଟ୍ରିରେ ଡେବ୍ୟୁ କରିଛନ୍ତି । ନୂଆ ଇନିଂସ ଆରମ୍ଭ କରିଥିବା ଚହଲଙ୍କୁ ପ୍ରଥମରୁ କିନ୍ତୁ କମେଣ୍ଟ ଶୁଣିବାକୁ ମିଳିଛି ।
ହିନ୍ଦୀ କମେଟ୍ରି କରୁଥିବା ଚହଲଙ୍କ ସହ ମଜା କରିଥିଲେ ହରଭଜନ ସିଂହ ଏବଂ ବିରେନ୍ଦ୍ର ସେହଓ୍ବାଗ । ତାଙ୍କୁ ଦିଆସିଲି କାଠି ଏବଂ ଡ୍ୟାସିଂ ପୋଲ୍ କହି ମଜା କରିଥିଲେ । ଲାଇଭ୍ ମ୍ୟାଚ ସମୟରେ ସେ ଏଭଳି କହି ବହୁ ହସିଥିଲେ । ଯେଉଁ ସମୟରେ ଚହଲ ଚୁପ୍ ହୋଇ ବସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।ୟୁଜର୍ସମାନେ ତାଙ୍କ ଶରୀରକୁ ନେଇ କରିଥିବା ଏଭଳି କମେଣ୍ଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କେହି କେହି ଏହାକୁ ସମର୍ଥନ କରୁଥିବାବେଳେ ଆଉ କେହି କେହି ଏହି ମଜାକୁ ସହଜରେ ଗ୍ରହର କରିନାହାନ୍ତି ।
ସେପଟେ ଲାଇଭ୍ କମେଟ୍ରି ସମୟରେ ଉପସ୍ଥାପକ ମଧ୍ୟ ଚୁପ୍ ହୋଇଥିଲେ । ସିନିୟର ଖେଳାଳିଙ୍କ ଏଭଳି ମଜାକକୁ ଏଡ଼ାଇବା ପାଇଁ ସେ ଖେଳ ଉପରକୁ କଥା ନେଇଥିଲେ । ତେବେ ଏହା କେବଳ ମଜା ଥିଲା । ସୋସିଆଲ ମିଡିଆରେ ୟୁଜର୍ସମାନେ ମଧ୍ୟ କମେଣ୍ଟ କରୁଛନ୍ତି । ସେପଟେ ଚହଲଙ୍କ କଥା ଯଦି କହିବା ତାହେଲେ ସେ ଏବେ ଟିମ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିପାରୁନାହାନ୍ତି । ଏହାସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ଏବେ ସେ କେବଳ ଆଇପିଏଲରେ ଖେଳ ଜାରି ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ଜାଣନ୍ତୁ ମୋଦିଙ୍କ ସହ କ’ଣ ଆଲୋଚନା କଲେ ମାଲେସିଆ ପ୍ରଧାନମନ୍ତ୍ରୀ