ନୂଆଦିଲ୍ଲୀ,୦୯/୧୨: ଚଳିତ ମାସ ୧୧ରେ ୩ କମ୍ପାନିର  ପ୍ରାଥମିକ ପବ୍ଲିକ ଅଫର (ଆଇପିଓ) ଆସିବ । ନିବେଶକ ବିଶାଲ  ମେଗାମାର୍ଟ, ମୋବିକ୍ୱିକ ଏବଂ ସାଇ ଲାଇଫ ସାଇନ୍‌ସ ଭଳି କମ୍ପାନି  ଗୁଡିକରେ ନିବେଶର ସୁଯୋଗ ପାଇବେ । ୧୩ ଡିସେମ୍ବର ଯାଏ  ଏଥିରେ ବିଡିଂର ସୁଯୋଗ ମିଳିବ । ଏହି ଶେୟାର ଗୁଡିକ ୧୮  ଡିସେମ୍ବରରେ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇରେ ଲିଷ୍ଟିଂ ହେବେ ।  ବିଶାଳ ମେଗାମାର୍ଟ ୮ ହଜାର କୋଟିର ଅଫର୍‌ ଫର୍‌ ସେଲ୍‌ ବା  ଓଏଫ୍‌ଏସ୍‌ ଆଣିବ । ସେହିଭଳି ୱାନ ମୋବିକ୍ୱିକ ସଲ୍ୟୁସନ  ୫୭୨ କୋଟିର ଓଏଫ୍‌ଏସ୍‌ ଆଣିବ ବୋଲି ଜଣାପଡିଛି ।