ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶୀତ ଦିନେ ମୁହଁ-ଚର୍ମ ଶୁଷ୍କ ପଡିଯାଉଛି କି ? ଜାଣନ୍ତୁ କେଉଁ ଭିଟାମିନ ଅଭାବ

Published By : Ankita S | November 16, 2024 12:22 PM

ନୂଆଦିଲ୍ଲୀ,୧୬/୧୧: ଶୀତ ଦିନରେ ଗୋଟିଏ ବଡ ସମସ୍ୟା ହେଉଛି ଚର୍ମ ଶୁଖିଯିବା । ଶୀତ କୋପରେ ମୁହଁ, ଓଠ ସବୁ ଶୁଖି ଫାଟିଯାଏ । ବଡିଲୋସନ, ଲିଭବାମ କିଛି କାମ କରେ ନାହିଁ । ତେବେ ଶୀତ ଦିନ ଏପରି ହେବା ପଛର କାରଣ ରହିଛି ଭିଟାମିନ ଅଭାବ । ତେବେ ଶରୀରରେ କେଉଁ ଭିଟାମିନ ଅଭାବରୁ ଏପରି ହୋଇଥାଏ ଆସନ୍ତୁ ଜାଣିବା ଏହି ରିପୋର୍ଟରୁ ।

ପାଦ ଥାପି ସାରିଛି ଶୀତ । ଯଦିଓ ଅତ୍ୟଧିକ ମାତ୍ରରେ ଶୀତର ପ୍ରକୋପ ନାହିଁ ତଥାପି ଆଗକୁ ଶୀତ ବଢିବ ବୋଲି ଅନୁମାନ କରାଯାଉଛି । ତେବେ ଶୀତ ଦିନ ମୁହଁ ଓଠ ଓ ଚର୍ମ ଫାଟିଥାଏ । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଥାନ୍ତି । ଶୀତ ଦିନରେ ଏପରି ସମସ୍ୟା ପଛରେ ଭିଟାମିନ୍ ଅଭାବ କରାଣ ରହିଛି । ତେବେ ଏଠି ପ୍ରଶ୍ନ ଆସୁଥିବ କେଉଁ ଭିଟାମିନ ଅଭାବରୁ ଏପରି ହୋଇଥାଏ ।

ଶରୀରରେ ଦୁଇଟି ଭିଟାମିନ୍‌ ଅଭାବରୁ ଶୀତ ଦିନେ ମୁହଁ ଓ ଚର୍ମ ଶୁଷ୍କ ହୋଇଯାଏ । ଭିଟାମିନ-ସି ଓ ଭିଟାମିନ ଡି ଅଭାବରୁ ଏପରି ହୋଇଥାଏ । ଭିଟାମିନ ସି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହି ଭିଟାମିନ ଆମ ତ୍ବଚାକୁ ଚିକ୍କଣ କରିଥାଏ । ଏହି ଭିଟାମିନ ଅଭାବରୁ ସ୍କିନ ଶୁଖିଯାଏ । ଏହାର ଅଭାବ ପୂରଣ ପାଇଁ ଲେମ୍ବୁ, ଟମୋଟୋ, ଅଙ୍ଗୁର, କଳା କିସମିସ, ବ୍ରୋକଲି ଓ ସ୍ପାଉଡସ ଡାଏଟ ସାମିଲ କରନ୍ତୁ । ଏହି ସମସ୍ୟାର ସମାଧାନ ହୋଇପାରିବ ।

ସେହିପରି ଭିଟାମିନ୍ ଡି ଅଭାବରୁ ମଧ୍ୟ ଶୀତ ଦିନେ ମୁହଁ ଓ ଚର୍ମ ଫାଟିଥାଏ । ଶୀତ ଦିନେ ଶରୀରକୁ ସୂର୍ଯ୍ୟକିରଣ କମ୍ ମିଳେ । ଫଳରେ ଭିଟାମିନ୍ ଡିର ଅଭାବ ଦେଖାଦିଏ । ଏହି ଭିଟାମିନ ଅଭାବ ଦୂର କରିବାକୁ ଖାଦ୍ୟରେ କିୱି, କଦଳୀ, ଅମୃତଭଣ୍ଡାକୁ ସାମିଲ କରନ୍ତୁ । ଏହା ସହିତ ଦହି, ବାଦାମ, କ୍ଷୀର ଖାଆନ୍ତୁ । ସମସ୍ୟାରୁ ମୁକ୍ତି ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.