ନୂଆଦିଲ୍ଲୀ,୦୮/୧୧: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବା ଯୋଗ୍ୟ, କାରଣ ଏହାର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋଚିରେ 'ବଲ୍ଦାଇ ଡିସ୍କସନ୍ କ୍ଲବ'ର ଏକ ଅଧିବେଶନକୁ ସମ୍ବୋଧିତ କରି ପୁଟିନ ଗୁରୁବାର କହିଛନ୍ତି, "ଭାରତୀୟ ସଶସ୍ତ୍ର ବାହିନୀ ସହିତ କେତେ ପ୍ରକାରର ଋଷ ସାମରିକ ଅସ୍ତ୍ର ସେବାରେ ଲାଗୁଛି ତାହା ବିଶ୍ବ ଦେଖିବା ଉଚିତ୍। ଏହି କ୍ଷେତ୍ରରେ ଅନେକ କିଛି ଅଛି, ଆମେ କେବଳ ଆମର ଅସ୍ତ୍ରଶସ୍ତ୍ରକୁ ଭାରତକୁ ବିକ୍ରି କରୁନାହୁଁ।'
ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଋଷ ସବୁ ଦିଗରେ ଭାରତ ସହ ସମ୍ପର୍କ ବିକାଶ କରୁଛି ଏବଂ ଦ୍ୱିପାକ୍ଷିକ ସଂପର୍କରେ ଉଭୟ ଦେଶ ପରସ୍ପର ଉପରେ ଗଭୀର ବିଶ୍ୱାସ ରଖିଛନ୍ତି। ସେ କହିଛନ୍ତି ଯେ ୧.୫ ବିଲିୟନ ଜନସଂଖ୍ୟା, ବିଶ୍ବର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ପ୍ରାଚୀନ ସଂସ୍କୃତି ଏବଂ ଭବିଷ୍ୟତରେ ବିକାଶର ବହୁତ ଭଲ ଆଶା ଥିବାରୁ ଭାରତ ନିଶ୍ଚିତ ଭାବରେ ସୁପର ପାୱାର ତାଲିକାରେ ଅନ୍ତର୍ଭୂକ୍ତ ହେବା ଉଚିତ।
ଭାରତକୁ ଏକ ମହାନ ରାଷ୍ଟ୍ର ଭାବରେ ବର୍ଣ୍ଣନା କରି ପୁଟିନ କହିଛନ୍ତି, "ଆମେ ସବୁ ଦିଗରେ ଭାରତ ସହ ସମ୍ପର୍କ ବିକାଶ କରୁଛୁ। ୧.୫ ବିଲିୟନ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକ ବୃହତ୍ତମ ଦେଶ ଏବଂ ବର୍ତ୍ତମାନ ପ୍ରତ୍ୟେକ ବର୍ଷ ଏଥିରେ କୋଟିଏ ଲେଖାଏଁ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଆମର ସମ୍ପର୍କ କେଉଁଠାରେ ଏବଂ କେଉଁ ବେଗରେ ବିକାଶ ହେବ ତାହା ଆମର ଦୃଷ୍ଟିକୋଣ ଆଜିର ବାସ୍ତବିକତା ଉପରେ ଆଧାରିତ। ଆମର ସହଯୋଗ ପ୍ରତିବର୍ଷ ଅନେକ ଗୁଣ ବଢ଼ୁଛି ବୋଲି ଋଷର ନ୍ୟୁଜ୍ ଏଜେନ୍ସି ତାସ୍ ପକ୍ଷରୁ ପୁଟିନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ କିପରି ଦେଖୁଛି ଋଷ?
ଋଷ ରାଷ୍ଟ୍ରପତି କହିଛନ୍ତି ଯେ, ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ତଥା ଋଷ ମଧ୍ୟରେ ସମ୍ପର୍କ ବିକଶିତ ହେଉଛି। ସେ କହିଛନ୍ତି ଯେ,' ଦେଖନ୍ତୁ କେତେ ପ୍ରକାରର ଋଷୀୟ ସାମରିକ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବଳ ସେବାରେ ଲାଗିଛି। ଏହି ସମ୍ପର୍କରେ ଉଭୟ ରାଷ୍ଟ୍ର ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଆମେ ଭାାରତକୁ କେବଳ ଅସ୍ତ୍ର ବିକ୍ରି କରୁନାହୁଁ ବରଂ ଆମେ ଏହାକୁ ମିଳିତ ଭାବେ ଡିଜାଇନ ମଧ୍ୟ କରୁଛୁ।
ପୁଟିନ୍ ବ୍ରହ୍ମୋସ୍ କ୍ରୁଜ୍ ମିଶାଇଲ ପ୍ରକଳ୍ପକୁ ଏକ ଉଦାହାରଣ ଭାବେ ବିବେଚନା କରିଛନ୍ତି। ସେ କହିଛନ୍ତି ଯେ,'"ସାଧାରଣତଃ ଆମେ ଏହାକୁ (କ୍ଷେପଣାସ୍ତ୍ର) ତିନୋଟି ପରିବେଶରେ ବ୍ୟବହାର ପାଇଁ ପ୍ରସ୍ତୁତ କରିଛୁ - ବାୟୁ, ସମୁଦ୍ର ଏବଂ ସ୍ଥଳ। ଭାରତର ସୁରକ୍ଷା ସୁବିଧା ପାଇଁ ଏହି ପ୍ରକଳ୍ପଗୁଡିକ ଜାରି ରହିଛି।"