ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଫିଲିପାଇନ୍ସରେ ଭୟଙ୍କର ଜ୍ଵାଳାମୁଖୀ ବିସ୍ଫୋରଣ, ୮୭ ହଜାର ଲୋକଙ୍କୁ ସ୍ଥାନାନ୍ତର

Published By : Prameya | December 10, 2024 11:38 AM

ଫିଲିପାଇନ୍ସ, ୧୦/୧୨ : ଫିଲିପାଇନ୍ସର ଭୟଙ୍କର ଜ୍ଵାଳାମୁଖୀ ବିସ୍ଫୋରଣ। ସୋମବାର ଦ୍ଵିପ୍ରହରରେ କନଲାଓନ ଜ୍ଵାଳାମୁଖୀ ହଠାତ୍ ସକ୍ରିୟ ହୋଇପଡିଥିଲା। ଜ୍ଵାଳାମୁଖୀରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଜ୍ଵାଳାମୁଖୀରୁ ନିର୍ଗତ ହେଉଥିବା ନିଆଁ ଝୁଲ ୩ ହଜାର ମିଟର ପର୍ଯ୍ୟନ୍ତ ଉପରକୁ ଉଠିଆସିଥିଲା। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହାପରେ ଫିଲିପାଇନ୍ସର ନାଗରିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୮୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। 

ସୂଚନାନୁଯାୟୀ, ଜ୍ଵାଳାମୁଖୀର ଆଖପାଖ ଅଞ୍ଚଳକୁ ଏବେ ଖାଲି କରିଦିଆଯାଇଛି। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭଲକାନୋଲୋଜି ଆଣ୍ଡ୍ ସିସ୍ମୋଲୋଜି ପକ୍ଷରୁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ଅର୍ଥାତ୍ ଯେକୌଣସି ମୁହୂର୍ତ୍ତରେ ଜ୍ଵାଳାମୁଖୀ ବିସ୍ଫୋରଣ ଅଧିକରୁ ଅଧିକ ବିପଦଜ୍ଜନକ ହୋଇପାରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଜ୍ଵାଳାମୁଖୀ ଯେକୌଣସି ସମୟରେ ହାଇଏଷ୍ଟ ପିକ୍ ପଏଣ୍ଟ ଛୁଇଁପାରେ। 

ନିଗ୍ରୋସ ଦ୍ଵୀପରେ ଅବସ୍ଥିତ କନଲାଓନ ଜ୍ଵାଳାମୁଖୀ ଫିଲିପାଇନ୍ସର ସବୁଠୁ ସକ୍ରିୟ ଜ୍ଵାଳାମୁଖୀ ମଧ୍ୟରୁ ଅନ୍ୟତମ। ଏହା ପୂର୍ବରୁ ୨୦୨୪ ଜୁନ୍ ମାସରେ ଜ୍ଵାଳାମୁଖୀ ସକ୍ରିୟ ହୋଇଥିଲା। ସୋମବାର ଜ୍ଵାଳାମୁଖୀ ପୁଣି ଥରେ ସକ୍ରିୟ ହେବା ଯୋଗୁଁ ପିଲିପାଇନ୍ସ ସରକାର ଏବେ ୬ କିମି ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳକୁ ଖାଲି କରିଦେଇଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପ୍ରକୃତିର ତାଣ୍ଡବର ଆଉ ଏକ ଉଦାହରଣ। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.