ଭୁବନେଶ୍ୱର,୨୫/୧୦: ଫକ୍ସୱାଗନ ଇଣ୍ଡିଆର ଭର୍ଚୁସ ମଡେଲର ଘରୋଇ ବଜାରରେ ବିକ୍ରି ରେକର୍ଡ  ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନି ଦେଶ ମଧ୍ୟରେ ଏହି  ମଡେଲର ୫୦ ହଜାର ୟୁନିଟ  ଯାନ ବିକ୍ରି କରିବାକୁ ସକ୍ଷମ  ହୋଇଛି । ଏହା ଚଳିତ ବର୍ଷ  ସବୁଠାରୁ ପସନ୍ଦଯୋଗ୍ୟ ଏବଂ ବେଶି ବିକ୍ରି  ହୋଇଥିବା ସେଡାନ ଭାବେ ଉଭା ହୋଇଛି ।  ଯାନଟି ବଜାରରେ ଲଞ୍ଚ ହେବା ପରଠାରୁ କମ୍ପାନି  ୨୮ ମାସରେ ଏଭଳି ବିକ୍ରି ସଫଳତା ହାସଲ  କରିଛି । ଦେଶରେ ପ୍ରତିଦିନ ୬୦ ଫକ୍ସୱାଗନ  ଭର୍ଚୁସ ବିକ୍ରି ହେଉଛି । ଚଳିତ ବର୍ଷ ଅଦ୍ୟାବଧି  ୧୭ ହଜାର ୟୁନିଟ ଭର୍ଚୁସ ବିକ୍ରି କରିଛି କମ୍ପାନି ।  

ଭର୍ଚୁସ ଜିଟି ପ୍ଲସ ୨୪ ଘଣ୍ଟାରେ  ୪୬୫୪ କିମି ଯାତ୍ରା କରିବାର ଜାତୀୟ  ରେକର୍ଡ ହାସଲ କରିଛି । ଚଳିତ ବର୍ଷ  ପାର୍ବଣରେ କମ୍ପାନି ଭର୍ଚୁସ ଜିଟି ଲାଇନ,  ଭର୍ଚୁସ ଜିଟି ପ୍ଲସ ସ୍ପୋର୍ଟସ ଲଞ୍ଚ କରିଛି ।  ଏହି ମଡେଲରେ କମ୍ପାନି ନିରାପତ୍ତା ଏବଂ  ପରଫରମାନ୍ସକୁ ଗୁରୁତ୍ୱ ଦେଇଛି । ଏଥିରେ  କମ୍ପାନି ୬ ଏୟାରବ୍ୟାଗ, ୪୦ରୁ ଉଦ୍ଧ୍ୱର୍ ନିରାପତ୍ତା  ଫିଚର, ୫ ଷ୍ଟାର ଜିଏନ୍‌କ୍ୟାପ୍‌ ନିରାପତ୍ତା  ରେଟିଂ ଏବଂ ଅତୁଳନୀୟ ପରଫରମାନ୍ସ  ଗ୍ରାହକ ପାଇବେ । ପ୍ରିମିୟମ ସେଡାନ  କ୍ଷେତ୍ରରେ ଫକ୍ସୱାଗନଙ୍କୁ ଏତେ ଭଲ ପାଇବା  ଦେଇଥିବାରୁ ଗ୍ରାହକଙ୍କ ନିକଟରେ କୃତଜ୍ଞ  ବୋଲି ଫକ୍ସୱାଗନ ପାସେଞ୍ଜର କାର୍‌ ଇଣ୍ଡିଆର  ବ୍ରାଣ୍ଡ୍‌ ନିର୍ଦ୍ଦେଶକ ଆଶିଷ ଗୁପ୍ତା କହିଛନ୍ତି ।