ନୂଆଦିଲ୍ଲୀ,୧୫।୧୨: ଗତ ତିନି ବର୍ଷ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶାନ୍ତି ବୁଝାମଣା କରିବାକୁ ରାଜି ହୋଇଛନ୍ତି। ତାଙ୍କର କହିବା ଅନୁସାରେ, ବର୍ତ୍ତମାନ ସେ ନାଟୋରେ ସାମିଲ ହେବାର ଚାହୁଁ ନାହାନ୍ତି। ସେ ନିଜର ଦାବିକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ । ତେବେ ଏଥିପାଇଁ ସେ ଦୁଇଟି ଦାବି ରଖିଛନ୍ତି।
ବର୍ଲିନରେ ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରତିନିଧି ଷ୍ଟିଭ୍ ଭିଟକଫ୍ ଓ ପରାମର୍ଶଦାତା ଜେରେଡ୍ କୁଶନରଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ଜର୍ମାନୀ ଚାନ୍ସଲର ଫେଡରିକ୍ ମର୍ଜଙ୍କ ନେତୃତ୍ବରେ କରାଯାଉଛି। ଏହି ସମୟରେ ଜେଲେନସ୍କି କହିଥିଲେ ସେ ଦୁଇଟି କଥା କହିବାକୁ ଚାହାଁନ୍ତି। ପ୍ରଥମ କଥା ହେଲା ସେ ରୁଷ ପକ୍ଷରୁ ଦଖଲ କରାଯାଇଥିବା ଅଞ୍ଚଳରେ ଦାବିଦାରୀ ଛାଡିବାକୁ ପ୍ରସ୍ତୁତ ନୁହେଁ। ଏହାଛଡା ସେ ଚାହାନ୍ତି ଆମେରିକା ଓ ପଶ୍ଚିମ ଦେଶ ପକ୍ଷରୁ ୟୁକ୍ରେନ୍ର ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଉ। ଟ୍ରମ୍ପ ଗତ କିଛି ଦିନ ହେବ ଶାନ୍ତି ପ୍ରସ୍ତାବକୁ ନେଇ ଏହି ସର୍ତ୍ତ ରଖିଥିଲେ ଯେ, ରୁଷ ପକ୍ଷରୁ ଦଖଲ ଅଞ୍ଚଳରେ ୟୁକ୍ରେନ୍ରେ ବିଲୟ ହେଉ। ଏହାପରେ ୟୁକ୍ରେନ୍ ପକ୍ଷରୁ ତା ଉପରେ ସହମତି ପ୍ରକାଶ କରି ଯୁଦ୍ଧ ଶେଷ କରି ଦିଆଯିବ।
ଜେଲେନସ୍କି ନାଟୋର ସର୍ତ୍ତକୁ ତ ସ୍ବୀକାର କରିଛନ୍ତି, କିନ୍ତୁ ୟୁକ୍ରେନ୍ର ଅଞ୍ଚଳକୁ ରୁଷକୁ ଦେବାକୁ ନେଇ ସହମତି ପ୍ରକାଶ କରି ନାହାଁନ୍ତି। ଏହି ବାର୍ତ୍ତା ବେଳେ ଜର୍ମାନୀ ଚାନ୍ସଲର ଫ୍ରେଡ୍ରିକ୍ ମର୍ଜ ମଧ୍ୟ ତାଙ୍କ ପାଖରେ ବସିଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ଭିତରେ ଜେଲେନସ୍କି କହିଛନ୍ତି, ଆମେରିକା ଓ କିଛି ୟୁରୋପୀୟ ଦେଶ ୟୁକ୍ରେନ୍ ପକ୍ଷରୁ ନାଟୋରେ ସାମିଲ ହେବାର ଚେଷ୍ଟାକୁ ମନା କରିଦେଇଛନ୍ତି। କିନ୍ତୁ ଆମେ ଚାହୁଁଛୁ ଯେ, ନାଟୋ ଓ ଏହାର ସହଯୋଗୀ ଦେଶ ପକ୍ଷରୁ ଆମକୁ ସୁରକ୍ଷା ନେଇ ଭରସା ଦିଆଯାଉ। ଏହି ଭରସା ଦ୍ବାରା ଆମକୁ ସାହାଯ୍ୟ ମିଳିବ ଯେ, ରୁଷ ଆମ ଉପରେ ପୁଣିଥରେ ଆକ୍ରମଣ ନକରୁ। ସେ କହିଛନ୍ତି, ଏଭଳି କରିବା ମଧ୍ୟ ଆମ ପକ୍ଷରୁ ଏକ ବୁଝାମଣା ହିଁ ହେବ।
ଆହୁରି ପଢନ୍ତୁ : ବଣ୍ଡି ବିଚ୍ ଫୟାରିଂ: ପାକିସ୍ତାନୀ ବଂଶୋଦ୍ଭବ ଥିଲେ ଆତଙ୍କୀ, ବାପ-ପୁଅଙ୍କ ଗାଡିରୁ ମିଳିଲା ISIS ପତାକା