ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

' ସେପଟୁ ଗୁଳି ଚାଲିଲେ, ଏପଟୁ ବି ଗୁଳିରେ ଜବାବ ଦିଆଯିବ' ...ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପିଏମ୍ ମୋଦି

Published By : Prameya | May 11, 2025 9:07 PM

ନୂଆଦିଲ୍ଲୀ : ଭାରତୀୟ ସେନା ଦ୍ୱାରା ସୀମାରେ ପାକିସ୍ତାନର କାପୁରୁଷତାର କାର୍ଯ୍ୟକୁ ଦୃଢ ଜବାବ ଦେବା ପରେ , ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଖୋଲା ଚେତାବନୀ ଦେଇ କହିଛନ୍ତି , ଯଦି ସୀମା ସେପଟୁ ଗୁଳି ଚାଲେ ତ ଭାରତ ଗୁଳିରେ ବି ତାର ଜବାବ ଦେବ। 

ସୂତ୍ରାନୁସାରେ , ରବିବାର ପିଏମ୍‌ ମୋଦି କହିଛନ୍ତି, ସେଠାରୁ ଗୁଳି ଚାଲିବ ତ ଏଠାରୁ ବି ଗୁଳି ଚାଲିବ। ପିଏମ୍ ମୋଦି ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା ଦାବି କରୁଥିବା ଆମେରିକାକୁ ମଧ୍ୟ ବୁଝାଇ ଦେଇଛନ୍ତି। ପିଏମ୍ ମୋଦି କହିଛନ୍ତି ଯଦି ପାକିସ୍ତାନ ପକ୍ଷରୁ କିଛି ବି ହମଲା କରାଯାଏ ତ ଏହାର ଭୟଙ୍କର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ।

ସରକାରଙ୍କ ସୂତ୍ରାନୁସାରେ କୁହାଯାଇଛି ଯେ, ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପିଏମ୍‌ କହିଛନ୍ତି ଯେ, ଯଦି ପାକିସ୍ତାନ ପକ୍ଷରୁ ଗୁଳି ଚାଲେ ତ , ଏଠାରୁ ଗୁଳିରେ ଆକ୍ରମଣ ହେବ। ସେ ପହଲଗାମ ହମଲା ପରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆରମ୍ଭ କରିଥିବା ଅପରେସନ ସିନ୍ଦୂରକୁ ନେଇ ଏହା ମଧ୍ୟ କହିଛନ୍ତି କି, ଗତ ଦିନରେ ଆତଙ୍କୀ ଠିକଣା ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। 

ସରକାରଙ୍କ ସୂତ୍ରାନୁସାରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ , କାଶ୍ମୀର ମାମଲାରେ ଭାରତ କୌଣସି ବି ୩ୟ ଦେଶର ମଧ୍ୟସ୍ଥତା ଚାହେଁ ନାହିଁ ଏବଂ କାଶ୍ମୀରରେ ଭାରତ ପାଇଁ ଗୋଟିଏ ହିଁ ମାମଲା ରହିଛି, ତାହା ହେଉଛି –ପାକ୍‌ ଅଧିକୃତ କାଶ୍ମୀର ଅର୍ଥାତ୍‌ ପିଓକେକୁ ନେବା । କହି ରଖୁଛୁ କି , ରବିବାର ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ବିରତି ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ , ଆମେରିକା କାଶ୍ମୀର ମାମଲାରେ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ପାରିବ। ଏବେ ଭାରତ ଏହ ବୟାନ ଉପରେ ଆମେରିକାକୁ ସ୍ପଷ୍ଟ କରି ଦେଇଛି ଯେ ଭାରତ ଏହି ମାମଲାକୁ ଟାଣିବାକୁ ଚାହୁଁ ନାହିଁ ଏବଂ ସେ ନିଜ ଉପାୟରେ ହିଁ ପାକିସ୍ତାନକୁ ଜବାବ ଦେବାରେ ସକ୍ଷମ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.