ନୂଆଦିଲ୍ଲୀ ୧୦/୦୮: ଆସନ୍ତା ୧୪ ତାରିଖରେ ରିଲିଜ କରିବ ହ୍ରିତିକ ରୋଶନ, ଜୁନିୟର ଏନଟିଆର ଓ କିଆରା ଆଡଭାନି ଷ୍ଟାରର୍‌ ଫିଲ୍ମ ‘ୱାର୍‌-୨’। ରିଲିଜ୍‌ ପୂର୍ବରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି) ଫିଲ୍ମରେ ଅନେକ କାଣ୍ଟଛାଟ କରିଛି। ଅଡିଓ ଓ ଭିଡିଓରେ ଅନେକ ପରିବର୍ତ୍ତନ କରିଛି। ସିବିଏଫ୍‌ସି ଫିଲ୍ମକୁ ଗତ ୬ ତାରିଖରେ ପାସ୍‌ କରି ୟୁ/ଏ ୧୬ ପ୍ଲସ୍‌ ପ୍ରମାଣପତ୍ର ଦେଇଥିଲା। ଏହା ପୂର୍ବରୁ ବୋର୍ଡ ଫିଲ୍ମର ଅନେକ ସିନ୍‌ରେ କଇଁଚି ଚଲାଇଛି। କିଛି ପରିବର୍ତ୍ତନ ବି କରିଛି।  

ଫିଲ୍ମର ୬ଟି ସିନ୍‌ରେ ଅଡିଓ ଓ ଭିଜୁଆଲ୍‌ ଉଭୟରେ ଅନୁଚିତ ସନ୍ଦର୍ଭକୁ ମ୍ୟୁଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛି। ୬ ସ୍ଥାନରେ ଡାଇଲଗ୍‌ ବଦଳାଯାଇଛି।  ୨ ସେକେଣ୍ଡର ଗୋଟିଏ ସିନ୍କୁ ହଟାଇ ଦିଆଯାଇଛି। ଏଥିସହିତ ଅଶ୍ଳୀଳ ଡାଇଲଗ୍‌କୁ ବଦଳାଯାଇଛି। ସେତିକି ନୁହେଁ, ଉତ୍ତେଜକ ଦୃଶ୍ୟକୁ ୫୦ ପ୍ରତିଶ୍ରତ ପର୍ଯ୍ୟନ୍ତ କମାଇବାକୁ ସେନ୍ସର ବୋର୍ଡ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛି।  ଏହି କଟ୍‌ କିଆରାଙ୍କ ବିକିନି ସିନ୍‌ ସହ ଜଡିତ ବୋଲି କୁହାଯାଉଛି। ୟଶରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସ ଫିଲ୍ମ ‘ୱାର୍‌-୨’ର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ପ୍ରଥମ ଥର ଋତ୍ୱିକ, ଜୁନିୟର ଏନ୍‌ଟିଆର୍‌ ଓ କିଆରାଙ୍କୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।