ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

‘ୱାର୍‌-୨’ରେ ସେନ୍ସର୍‌ ବୋର୍ଡର କଇଁଚି: ବଦଳାଇଲା ଡାଇଲଗ୍‌, କାଟିଲା ସିନ୍‌

Published By : Krishna Priya | August 10, 2025 9:17 AM

ନୂଆଦିଲ୍ଲୀ ୧୦/୦୮: ଆସନ୍ତା ୧୪ ତାରିଖରେ ରିଲିଜ କରିବ ହ୍ରିତିକ ରୋଶନ, ଜୁନିୟର ଏନଟିଆର ଓ କିଆରା ଆଡଭାନି ଷ୍ଟାରର୍‌ ଫିଲ୍ମ ‘ୱାର୍‌-୨’। ରିଲିଜ୍‌ ପୂର୍ବରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି) ଫିଲ୍ମରେ ଅନେକ କାଣ୍ଟଛାଟ କରିଛି। ଅଡିଓ ଓ ଭିଡିଓରେ ଅନେକ ପରିବର୍ତ୍ତନ କରିଛି। ସିବିଏଫ୍‌ସି ଫିଲ୍ମକୁ ଗତ ୬ ତାରିଖରେ ପାସ୍‌ କରି ୟୁ/ଏ ୧୬ ପ୍ଲସ୍‌ ପ୍ରମାଣପତ୍ର ଦେଇଥିଲା। ଏହା ପୂର୍ବରୁ ବୋର୍ଡ ଫିଲ୍ମର ଅନେକ ସିନ୍‌ରେ କଇଁଚି ଚଲାଇଛି। କିଛି ପରିବର୍ତ୍ତନ ବି କରିଛି।  

ଫିଲ୍ମର ୬ଟି ସିନ୍‌ରେ ଅଡିଓ ଓ ଭିଜୁଆଲ୍‌ ଉଭୟରେ ଅନୁଚିତ ସନ୍ଦର୍ଭକୁ ମ୍ୟୁଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛି। ୬ ସ୍ଥାନରେ ଡାଇଲଗ୍‌ ବଦଳାଯାଇଛି।  ୨ ସେକେଣ୍ଡର ଗୋଟିଏ ସିନ୍କୁ ହଟାଇ ଦିଆଯାଇଛି। ଏଥିସହିତ ଅଶ୍ଳୀଳ ଡାଇଲଗ୍‌କୁ ବଦଳାଯାଇଛି। ସେତିକି ନୁହେଁ, ଉତ୍ତେଜକ ଦୃଶ୍ୟକୁ ୫୦ ପ୍ରତିଶ୍ରତ ପର୍ଯ୍ୟନ୍ତ କମାଇବାକୁ ସେନ୍ସର ବୋର୍ଡ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛି।  ଏହି କଟ୍‌ କିଆରାଙ୍କ ବିକିନି ସିନ୍‌ ସହ ଜଡିତ ବୋଲି କୁହାଯାଉଛି। ୟଶରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସ ଫିଲ୍ମ ‘ୱାର୍‌-୨’ର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ପ୍ରଥମ ଥର ଋତ୍ୱିକ, ଜୁନିୟର ଏନ୍‌ଟିଆର୍‌ ଓ କିଆରାଙ୍କୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.