ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବଲିଉଡ଼ରେ ଏଣ୍ଟ୍ରି କରିବେ ଜୁନିୟର ଏନଟିଆର, ୨୦୦କୋଟି ଫିଲ୍ମ ଲାଗି ହ୍ରିତିକ ନେଇଛନ୍ତି ଦମଦାର୍ ଫିସ୍

Published By : Gurupada Nath | May 20, 2025 5:31 PM

ମୁମ୍ବାଇ, ୨୦/୫ :  ଆକ୍ସନ- ଥ୍ରୀଲର ଫିଲ୍ମ ‘ଓ୍ବାର ୨’ ବଲିଉଡ଼ର ମୋ‌ଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ । ହ୍ରିତିକ ରୋଶନ ଷ୍ଟାରର ଏହି ଫିଲ୍ମ ୧୪ଅଗଷ୍ଟରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ମେକର୍ସ ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ କରିବାକୁ ଯାଉଛନ୍ତି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାଧିନ ଫିଲ୍ମ ‘ଓ୍ବାର ୨’ ୨୦୧୯ରେ ରିଲିଜ ହୋଇଥିବା ‘ଓ୍ବାର’ର ସିକ୍ବେଲ ଅଟେ ।

କେତେକ ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ‘ଓ୍ବାର ୨’ର ବଜେଟ ପ୍ରାୟ ୨୦୦କୋଟି ହେବ । ଏହି ଫିଲ୍ମରେ ହ୍ରିତିକ ରୋଶନ ପୁଣି ଥରେ ଲିଡ୍ ରୋଲରେ ଦେଖାଯିବେ । ଓ୍ବାର ଭଳି ‘ଓ୍ବାର ୨’ରେ ବି ତାଙ୍କୁ ଫୁଲ୍ ଆକ୍ସନ ଅବତାରରେ ଦେଖିବାକୁ ମିଳିବ । ଫିଲ୍ମ ଲାଗି ଅଭିନେତା ପ୍ରାୟ ବଜେଟର ଏକ ଚତୁର୍ଥାଂଶ ଫିସ୍ ଭାବେ ନେଇଛନ୍ତି । ହ୍ରିତିକ ରୋଶନ ‘ଓ୍ବାର ୨’ ଲାଗି ୪୮କୋଟି ଟଙ୍କା ଫିସ୍ ନେଇଛନ୍ତି । ହ୍ରିତିକ ରୋଶନ ଷ୍ଟାରର ଏହି ଫିଲ୍ମରେ ସାଉଥ ଅଭିନେତା ଜୁନିୟର ଏନଟିଆର ବି ନଜର ଆସିବେ। ‘ଓ୍ବାର ୨’ଦ୍ବାରା ଜୁନିୟର ଏନଟିଆର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଭିଲେନ ଅବତାରରେ ନଜର ଆସିବେ । ଏହି ରୋଲ୍ ଲାଗି ଜୁନିୟର ଏନଟିଆର ୩୦କୋଟି ଟଙ୍କା ଫିସ୍ ନେଇଥିବା ଜଣାପଡ଼ିଛି ।

‘ଓ୍ବାର ୨’ରେ କିୟାରା ଆଡ଼ଭାଣୀ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖାଯିବେ । ଏହା ପ୍ରଥମ ଥର ଅଟେ ଯେତେବେଳେ ଅଭିନେତା ହ୍ରିତିକ ରୋଶନଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିବେ । ଏହି ଚରିତ୍ର ପାଇଁ କିୟାରାଙ୍କୁ ୧୫କୋଟି ଟଙ୍କା ମିଳିଛି । ସେହିଭଳି ଟିଭି ସିରିୟଲ୍ସରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଥିବା ଅଭିନେତା ଶବ୍ବୀର ଅହଲୁବାଲିୟା ବି ‘ଓ୍ବାର ୨’ର ଭାଗିଦାରୀ ଅଟନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କ ଚରିତ୍ର ଉପରୁ ପରଦା ଉଠି ନାହିଁ, କିନ୍ତୁ ଫିଲ୍ମ ଲାଗି ସେ ୩୦ରୁ ୩୫ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି ।

‘ଓ୍ବାର ୨’ର ନିର୍ଦ୍ଦେଶନା ଅୟାନ ମୁଖାର୍ଜୀ ସମ୍ଭାଳିଛନ୍ତି, ଏହି ଏଥିଲାଗି ସେ ୩୨କୋଟି ଟଙ୍କା ଫିସ୍ ନେଇଛନ୍ତି । ଏହି ଆକ୍ସନ- ଥ୍ରୀଲର ଫିଲ୍ମରେ ଜନ ଅବ୍ରାହମ ବି ନଜର ଆସିବେ । ଫିଲ୍ମରେ ତାଙ୍କର ସ୍ପେଶାଲ ଆପିୟରାନ୍ସ ହେବ ଯେଉଁଥିଲାଗି ତାଙ୍କୁ ମୋଟା ଅଙ୍କର ଫିସ୍ ବି ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.