ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଗୋଟିଏ ବି ତୈଳ ଭଣ୍ଡାର ରହିବନି, ଆକାଶକୁ ନିଆଁରେ ଭରିଦେବୁ: ସାଉଦି ଆରବକୁ ହୁତି ବିଦ୍ରୋହୀଙ୍କ ଧମକ

Published By : Prameya | April 10, 2025 1:46 PM

ନୂଆଦିଲ୍ଲୀ,୧୦।୪: ୟେମେନ୍‌ର ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ବଢିଲା ଯୁଦ୍ଧ ବିପଦ । ସାଉଦି ଆରବକୁ ସିଧା ସଳଖ ଧମକ ଦେଇଛନ୍ତି ହୁତି ବିଦ୍ରୋହୀ। ଆମେରିକା ସହ ମିଶି ସାଉଦି  ଆମ ଉପରେ ଆକ୍ରମଣ କଲେ ପରିଣାମ ହେବ ଖୁବ୍ ଭୟଙ୍କର । ଗୋଟିଏ ବି ରହିବନି ତୈଳ ଭଣ୍ଡାର। ସାଉଦି ଆକାଶକୁ ନିଆଁରେ ଭରିଦେବୁ।  

ଦୁଇ ଇସଲାମିକ୍ ରାଷ୍ଟ୍ର ଏବେ ହେବେ ମୁହାଁମୁଡି। ୟେମେନର ହୁତି ବିଦ୍ରୋହୀ ଏବେ ସାଉଦି ଆରବକୁ ଦେଇଛି ଖୋଲା ଧମକ।  ୟେମେନ୍ ଶିୟା ଚରମପନ୍ଥୀ ବୁଧବାର ସାଉଦି ଆରବକୁ ଏଭଳି ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆମେରିକା ସହ ମିଶି ଆମ ଉପରେ ଆକ୍ରମଣ ହେଲେ ସ୍ଥିତି ହେବ ଖୁବ୍ ସାଂଘାତିକ। ଏନେଇ ହୁତି ବିଦୋହୀଙ୍କ ପକ୍ଷରୁ ଏକ୍ସରେ କରାଯାଇଛି ପୋଷ୍ଟ। ଏଥିରେ କୁହାଯାଇଛି ଆମେରିକା ସହ ମିଶି ସାଉଦି ଆରବ ୟେମେନ୍ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଯଦି ଏଭଳି ହୁଏ ତେବେ ସାଉଦି ଆରବର ଗୋଟିଏ ବି ତୈଳ ଭଣ୍ଡାର ରହିବନି। ସାଉଦିର ଆକାଶକୁ ନିଆଁରେ ଭରିଦେବୁ। ଆଉ ପୁରା ଦୁନିଆ ଏହି ଦୃଶ୍ୟ ଦେଖିବ।

ସାଉଦି ଆରବ ପୂର୍ବରୁ ମଧ୍ୟ ୟେମେନ୍‌ରେ ହୁତି ବିଦ୍ରୋହୀଙ୍କ ବିରୋଧରେ ୧୦ ବର୍ଷ ହେବ ଲଢେଇ କରିଛି।  କିନ୍ତୁ ଏବେ ବି ଶିୟା ଚରମପନ୍ଥୀଙ୍କୁ ସମ୍ପୂର୍ଣ୍ଣ ଭାବରେ ରୋକିପାରିନି। ଯେତେବେଳେ ହୁତି ବିଦ୍ରୋହୀ ୟେମେନ୍‌ର ରାଜଧାନୀକୁ ଦଖଲ କରିଥିଲେ ସାଉଦି ଲଢେଇ ବନ୍ଦ କରିଥିଲା। ଏହି ସମୟରେ ୭ ଅକ୍ଟୋବର ୨୦୨୩ ରେ ହମାସ ଇସ୍ରାଏଲ ଉପରେ ଆକ୍ରମ କରିଥିଲା। ଏହାର ଜବାବ୍‌ରେ ଇସ୍ରାଏଲ ଗାଜାରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିଲା। ଫଳରେ ସାଉଦି ଓ ହୁତି ବିଦ୍ରୋହୀଙ୍କ ଭିତରେ ଚାଲିଥିବା ଶାକ୍ତି ଆଲୋଚନା ଅଧାରେ ଅଟକି ଯାଇଥିଲା। ପାଲେଷ୍ଟାଇନ୍ ସମର୍ଥନରେ ହୁତି ବିଦ୍ରୋହୀ ଲୋହିତ ସାଗରରେ ଯାଉଥିବା ଜାହାଜ ଉପରେ ଆକ୍ରମର କରିଥିଲା। ଏହି ରାସ୍ତା ବିଶ୍ବବାଣିଜ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ବିପଦକୁ ଦେଖି ଆମେରିକା ଓ ପାଶ୍ଚତ୍ୟ ଦେଶର ସେନା ହୁତିଙ୍କ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ। ଫଳରେ ଯେପରି ଏହି ସମୁଦ୍ର ରାସ୍ତାକୁ ସୁରକ୍ଷିତ ରଖିହେବ। ୧୫ ମାର୍ଚ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଘୋଷଣା କରିଥିଲେ ହୁତିଙ୍କ ଶକ୍ତିକୁ ଶେଷ କରିବାକୁ ୟେମେନ୍ ଉପରେ କାର୍ଯ୍ୟାନୁଷ୍ଠାନ ବଢାଇ ଦିଆଯିବ। ଏହାପରେ ଆମେରିକାସେନା ଲଗାତାର ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିଛି। ଗତକାଲି ହୋଇଥିବା ଆକ୍ରମଣରେ ୧୦ ଜଣ ହୁତି ବିଦ୍ରୋହୀ ନିହତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.