ନୂଆଦିଲ୍ଲୀ,୨୩/୦୧; ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ଆଶଙ୍କା । କୌଣସି ମୂହୁର୍ତ୍ତରେ ଇରାନ୍ ଉପରେ ଆକ୍ରମଣ କରିପାରେ ଆମେରିକା । ଆମେରିକା ବହୁତ ବଡ଼ ବଡ଼ ସୈନ୍ୟ ଦଳ ଇରାନକୁ ପଠାଇଛି । ଏହା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳା ବାଦଲ ଘୋଟି ଆସିଛି । ଇରାନ ଅଭିମୁଖେ ଆମେରିକାର ଯୁଦ୍ଧଜାହଜ ଆବ୍ରାହମ ଲିଙ୍କନ । ଏହା ପରେ ଇସ୍ରାଏଲ ଆଲର୍ଟ ମୋଡରେ ରହିଛି । କାରଣ ଇସ୍ରାଏଲ ଅଧିକାରୀଙ୍କ ଅନୁସାରେ ଯଦି ଆମେରିକା ଆକ୍ରମଣ କରେ ତେବେ ଇରାନ ସିଧାସଳଖ ଆମେରିକା ସହ ଲଢିବା ପରିବର୍ତ୍ତେ ଇସ୍ରାଏଲକୁ କ୍ଷେପଣାସ୍ତ୍ର କିମ୍ବା ତାର ପ୍ରକ୍ସି ହିସାବରେ ଟାର୍ଗେଟ କରିବ ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଙ୍କେତ- ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କେତେବେଳେ ନରମ ଏବଂ କେତେବେଳେ କଠୋର ହେଉଛି । ଯାହା ଅନିଶ୍ଚିତତା ସୃଷ୍ଟି କରିଛି । ଗୁରୁବାର ଟ୍ରମ୍ପ ନିଶ୍ଚିତ କରିଛନ୍ତି କି ଏକ ବଡ଼ ଶକ୍ତି ଇରାନ ଆଡକୁ ଗତି କରୁଛି । ଆମେ ଇରାନକୁ ନିକଟରୁ ଦେଖୁଛୁ । ମୁଁ କିଛି ହେବାକୁ ଚାହୁଁନାହିଁ କିନ୍ତୁ ଆମେ ଦେଖିବୁ ଆହକୁ କଣ ହେଉଛି । ଏହା ପୂର୍ବରୁ ଟ୍ରମ୍ପ ୱାର୍ଲ୍ଡ ଇକୋନୋମିକା ଫୋରମରେ କହିଥିଲେ ଧମକ ପାଇଁ ଇରାନ ୮୩୭ ପ୍ରଦର୍ଶନକାରୀଙ୍କ ଫାଶୀ ରୋକିଥିଲା । ଇରାନରୁ ମିଳିଥିବା ଏହି ଆଶ୍ୱାସନା ପରେ ଟ୍ରମ୍ପ ଗତ ସପ୍ତାହରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିଥିଲେ । ଏହାବାଦ୍ ଟ୍ରମ୍ପ ଚେତାବନୀ ଦେଇଥିଲେ କି ଯଦି ଇରାନ ତାଙ୍କୁ କିମ୍ବା ଆମେରିକାକୁ ଟାର୍ଗେଟ କରିବ ତେବେ ଆମେରିକା ପ୍ରଚଣ୍ଡ ଶକ୍ତି ସହ ଜବାବ ଦେବ ।
ଏହା ବି ପଢନ୍ତୁ...ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ
ଇରାନରେ ସରକାରୀ ବିରୋଧୀ ପ୍ରତିବାଦରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପ୍ରତିବାଦରେ ହଜାର ହଜାର ଜୀବନ ଗଲାଣି । ଆମେରିକା ଇରାନକୁ ଘେରି ଏହି ଅଞ୍ଚଳରେ ନିଜର ସାମରିକ ବାହିନୀ, ଲଢୁଆ ବିମାନ ଏବଂ ବିମାନ ବାହକ ଜାହଜ ମୁତୟନ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ସଙ୍କେତ ଦେଉଥିବାବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ତେଣୁ କୌଣସି ମୂହୁର୍ତ୍ତରେ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା କରାଯାଉଛି ।
ଆଲର୍ଟରେ ଇସ୍ରାଏଲ- ଇସ୍ରାଏଲ ଭୟ କରୁଛି କି ଆମେରିକା ବିନା ଚେତାବନୀରେ ଇରାନ ଉପରେ ଆକ୍ରମଣ କରିପାରେ । ଯାହା ଫଳରେ ଇରାନ ଇସ୍ରାଏଲ ଉପରେ ତାର ଗାର ସୁଝାଇପାରେ । ଇସ୍ରାଏଲୀ ଗଣମାଧ୍ୟମ ହାରେଜ୍ ଅନୁଯାୟୀ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏହି ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହ ନେଉଛି । ପୁଲିସ୍, ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବାକୁ ବିଭିନ୍ନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଏବେ ସୁଦ୍ଧା ଆକ୍ରମଣର କୌଣସି ସୂଚନା ମିଳିନାହିଁ । ସ୍ଥିତି ଦେଖି ଯୁଦ୍ଧ ଆଶଙ୍କା କରାଯାଉଛି । ଇରାନ ସ୍ପଷ୍ଟ କରିଛି କି, ଆମେରିକା ହମଲା ଦୃଢ ଜବାବ ଦେବୁ । ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଅବ୍ବାସ କହିଛନ୍ତି ୨୦୨୫ ପରି ସଂଯମତା ରଖିବୁ ନାହିଁ ବରଂ ଜବାବ ଦେବୁ ।