କର୍ଲାମୁଣ୍ଡା , ୧୧।୮ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ ମେଟାଗୁଡା ଗ୍ରାମରୁ ରିଷିଡା ପୁଲିସ ଜଣେ ୱାରେଣ୍ଟିକୁ ଗିରଫ କରିଛି l ଓ୍ବାରେଣ୍ଟି ଜଣକ ହେଲେ ମେଟାଗୁଡା ଗ୍ରାମର ଶିବୁ ମହାନନ୍ଦ ।
ମେଟାଗୁଡା ଗ୍ରାମର ଶିବୁ ମହାନନ୍ଦ ଙ୍କ ନାମରେ ଗତ ୨୦୨୦ମସିହାରୁ ଏକ ମାମଲା ଚାଲୁଥିଲା l ତାଙ୍କ ବିପକ୍ଷରେ ମ. ରାମପୁର ଜେଏମଏଫସି କୋର୍ଟରେ ମାମଲା ବିଚରାଧୀନ ଥିବାବେଳେ ସେ କୋର୍ଟରେ ଅନୁପସ୍ଥିତ ରହିଥିଲେ। ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା l ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା ଶିବୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।