ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଡେଟିଂ ଆପ୍ ଚଲାଉଥିଲା ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତା ଅମୃତପାଲ ସିଂହ ? ହତ୍ୟା ମାମଲାରେ ‘ଟିଣ୍ଡର’ଠାରୁ ପୋଲିସ ମାଗିଲା ତଥ୍ୟ

Published By : Harapriya Biswal | June 7, 2025 7:24 PM

ନୂଆଦିଲ୍ଲୀ,୭।୬: ପଞ୍ଜାବ ପୋଲିସ ଡେଟିଂ ଆପ୍‌ ‘ଟିଣ୍ଡର’ରୁ ଏକ ଆକଉଣ୍ଟ ବିଷୟରେ ସୂଚନା ମାଗିଛି। ଯାହାକି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଖଣ୍ଡୁର ସାହିବରୁ ସାଂସଦ ଥିବା ଅମୃତପାଲ ସିଂହର ମାମଲା ସହ ଜଡିତ। ଅମୃତପାଲ ସିଂହ  ଉପରେ ଜଣେ ଶିଖ୍ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ମାମଲା ରୁଜୁ କାଯାଇଛି। ‘ଟିଣ୍ଡର’କୁ ପଠାଯାଇଥିବା ବାର୍ତ୍ତାରେ ଫରିଦାକୋଟ୍‌ ପୋଲିସ କହିଛି  ଶିଖ୍ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂହ ହରି ନୌ  ହତ୍ୟା ମାମଲାରେ ଯାଞ୍ଚ ଚାଲିଛି।  ଗୁରପ୍ରୀତ ଗତ ବର୍ଷ ୯ ଅକ୍ଟୋବରରେ ନିଜ ଗାଁର ଗୁରୁଦ୍ବାରରୁ ଫେରିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

ଗୁରପ୍ରୀତ ଅତୀତରେ ଅମୃତପାଲ ସିଂହର ନେତୃତ୍ବାଧୀନ କଟ୍ଟରପନ୍ଥୀ ସଂଗଠନ ‘ବାରିସ୍ ପଞ୍ଜାବ ଦେ’ର ସଦସ୍ୟ ଥିଲା। ପଞ୍ଜାବ ପୋଲିସ ମହାନିର୍ଦେଶକ (ଡିଜିପି) ଗୌରବ ଯାଦବ ଗତ ବର୍ଷ ଅକ୍ଟୋବରରେ ଦାବି କରିଥିଲେ ଗୁରପ୍ରୀତ ହତ୍ୟା  କଥିତ ଭାବରେ ଅମୃତପାଲ ସିଂହ ଇଶାରାରେ ହୋଇଥିଲା। ଯିଏକି ବର୍ତ୍ତମାନ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁସାରେ ଜେଲ୍‌ରେ ଅଛି। 

ପୋଲିସ ଏହା ମଧ୍ୟ ଦାବି କରିଛି ଯେ, ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ଅର୍ଶଦୀପ ଓରଫ୍ ଅର୍ଶ ଦଲ୍ଲା ଏହି ହତ୍ୟାର ମୁଖ୍ୟ ଅଭିଯୁକ୍ତ।। ତା ଗୋଷ୍ଠୀର ଦୁଇ ସୁଟରକୁ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍) ଓ ଶସ୍ତ୍ର ଅଧିନିୟମ ସମ୍ପର୍କିତ ଧାରା ଅନୁସାରେ, ରୁଜୁ କରାଯାଇଥିବା ମାମଲାରେ ଗିରଫ କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.