ଆବୁଧାବି,୦୫/୦୯: ଆସନ୍ତା ଏସିଆ କପ୍‌ ଟି-ଟ୍ୱେଣ୍ଟି  ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜକ ୟୁଏଇ ଦଳ ଘୋଷଣା  ହୋଇଛି । ଓପନିଂ ବ୍ୟାଟର ମହମ୍ମଦ ୱାସିମ ଦଳର ନେତୃତ୍ୱ ନେବେ । ପେସ୍‌ ବୋଲର ମାତିଉଲ୍ଲା ଖାନ୍‌ ଓ ବାମ ହାତି ସ୍ପିନର  ସିମରନଜିତ ସିଂହ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଚଳିତ  ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜରେ ଦଳର ସଦସ୍ୟ ଥିବା ସମସ୍ତ  ଖେଳାଳି ସ୍ଥାନ ବଜାୟ ରଖିଛନ୍ତି ।

ୟୁଏଇ ଦୀର୍ଘ ଦିନ ପରେ ଏସିଆ  କପ୍‌ ଖେଳିବାକୁ ଯାଉଛି । ଶେଷ ଥର ଦଳ ୨୦୧୬ ସଂସ୍କରଣରେ  ଭାଗ ନେଇଥିଲା । ଏଥର ଦଳ ଗ୍ରୁପ୍‌-ଏ’ରେ ଭାରତ, ଓମାନ,  ପାକିସ୍ତାନ ସହ ସ୍ଥାନ ପାଇଛି । ଆସନ୍ତା ୯ ତାରିଖରୁ ଏସିଆ କପ୍‌  ଆରମ୍ଭ ହୋଇ ୨୮ତାରିଖରେ ଶେଷ ହେବ । ୟୁଏଇ ୧୦ ତାରିଖ  ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ୟୁଏଇ ଦଳ: ମହମ୍ମଦ ୱାସିମ (ଅଧିନାୟକ), ଆଲିଶନ  ଶରାଫୁ, ଆର୍ଯ୍ୟଂଶ ଶର୍ମା, ଆସିଫ୍‌ ଖାନ, ଧ୍ରୁବ ପରାଶର,  ଇଥାନ ଡି’ସୌଜା, ହାଇଦର ଅଲି, ହର୍ଷିତ କୌଶିକ,  ଜୁନୈଦ ସିଦ୍ଦିକି, ମାତିଉଲ୍ଲା ଖାନ, ମହମ୍ମଦ ଫାରୁକ,  ମହମ୍ମଦ ଜୱାଦୁଲ୍ଲା, ମହମ୍ମଦ ଜୋହେବ, ରାହୁଲ ଚୋପ୍ରା,  ରୋହିଦ ଖାନ, ସିମରନଜିତ ସିଂହ, ସାଘିର ଖାନ୍‌ ।