ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାର୍ଲରରେ କେଶ ଧୋଉଥିଲେ ସାବଧାନ ! ଦେଖାଦେଇପାରେ ବିୟୁଟି ପାର୍ଲର୍‌ ଷ୍ଟ୍ରୋକ୍‌ ସିଣ୍ଡ୍ରୋମ୍‌...

Published By : Swapna Ray | January 25, 2025 3:46 PM

ନୂଆଦିଲ୍ଲୀ, ୨୫।୧: ଆଜିକାଲି ମହିଳାମାନେ ପାର୍ଲର ଯିବା ସାଧାରଣ କଥା ପାଲଟିଲାଣି । ବିଶେଷ କରି ହେୟାର କେୟାର ଟ୍ରିଟମଣ୍ଟ ପାଇଁ ମହିଳାମାନେ ପାର୍ଲରରେ କେଶ ସଫା କରିଥାନ୍ତି । ପାର୍ଲରରେ କେଶ ଧୋଉଥିଲେ ଆପଣଙ୍କ ଜୀବନ ବି ବିପଦରେ ପଡ଼ିପାରେ । ନିକଟରେ ସର୍ଭେରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମନାକୁ ଆସିଛି । ପାର୍ଲରରେ କେଶ ସଫା କରିବା ସମୟରେ ଗଳା ଉପରେ ଅଧିକ ଚାପ ପଡ଼ିଥାଏ । ଯାହା ପରେ ଏମିତି କିଛି ଲକ୍ଷଣ ଦେଖାଯାଏ । ପାର୍ଲରରେ କେଶ ଧୋଉଥିବା ସମୟରେ ଏଭଳି ଲକ୍ଷଣ ଦେଖାଯାଉଥିଲେ ସତର୍କ ହୋଇଯାନ୍ତୁ । ନଚେତ୍ ଚାଲିଯାଇପାରେ ଆପଣଙ୍କ ଜୀବନ । 


ସୁନ୍ଦର ଦେଖାଯିବାକୁ ମହିଳାମାନେ ନାନା ପ୍ରକାର ଉପାୟ ଆପଣାନ୍ତି । ଗାଁ ମହିଳାଙ୍କ ଅପେକ୍ଷା ସହରର ପ୍ରାୟ ସମସ୍ତ ମହିଳା ବିୟୁଟି ପାର୍ଲର ଯାଇଥାନ୍ତି । ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବଢ଼ାଇବା ଆଶାରେ ନିଜର କ୍ଷତି କରିବସୁଛନ୍ତି । ବିଶେଷକରି ଯେଉଁମାନେ କେଶ ସଫା କରିବା ଲାଗି ପାର୍ଲର୍ ଯାଉଛନ୍ତି । ଏକ ସର୍ଭେରୁ ଜଣାପଡ଼ିଛି ଯେ, କେଶ ସଫା କରୁଥିବା ମହିଳା ହାର୍ଟ ଷ୍ଟ୍ରୋକ୍‌ର ଶିକାର ହୋଇପାରନ୍ତି । ପାର୍ଲରରେ କେଶ ସଫା କରିବା ସମୟରେ ଗଳା ଉପରେ ଅଧିକ ଚାପ ପଡ଼ିଥାଏ । ବିଶେଷକରି ୫୦ ବର୍ଷ ପରେ ମହିଳାମାନଙ୍କଠାରେ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ିଥାଏ । ଏହାକୁ ବିୟୁଟି ପାର୍ଲର୍‌ ଷ୍ଟ୍ରୋକ୍‌ ସିଣ୍ଡ୍ରୋମ୍‌ କୁହାଯାଏ । ଯେଉଁ କାରଣରୁ ଆପଣଙ୍କ ମୃତ୍ୟୁ ବି ହୋଇପାରେ । ପାର୍ଲରରେ କେଶ ସଫା କରିବା ଲାଗି ଏକ ଖାସ୍‌ ବେସିନ୍‌ ଥାଏ । ଯେଉଁଥିରେ ମୁଣ୍ଡ ରଖି କେଶ ସଫା କରାଯାଏ । ବେସିନ୍ ଉପରେ ବାରମ୍ବାର ବେକକୁ ବୁଲାଇବା ଦ୍ୱାରା ରକ୍ତ ନଳୀ ଉପରେ ଚାପ ପଡ଼ିଥାଏ । ଗଳାର ଏହି ରକ୍ତନଳୀ ମସ୍ତିଷ୍କକୁ ରକ୍ତ ପହଞ୍ଚାଇଥାଏ, କିନ୍ତୁ ଚାପି ହେବା ଯୋଗୁଁ ମସ୍ତିଷ୍କକୁ ରକ୍ତ ପ୍ରବାହ କମିଯାଏ । ତେଣୁ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ିଥାଏ । 

ବିୟୁଟି ପାର୍ଲର୍‌ ଷ୍ଟ୍ରୋକ୍‌ ସିଣ୍ଡ୍ରୋମ୍‌ର ଲକ୍ଷଣ କ’ଣ ଆସନ୍ତୁ ଜାଣିବା । ହଠାତ୍ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ସହ ଶରୀରର ସନ୍ତୁଳନ ବିଗିଡ଼ିବା, ଆଖିକୁ ସ୍ପଷ୍ଟ ଭାବେ ଦେଖା ନ ଯିବା, ଆଖିକୁ ସବୁ କିଛି ଧୂଆଁଳିଆ ଦେଖାଯିବା ଡବଲ ଭିଜନ୍‌, ବାନ୍ତି ହେବା ପରି ଲକ୍ଷଣ ଦେଖାଯାଏ । କେହି କେହି ଅଚେତ୍ ହୋଇଯାନ୍ତି । ଯଦି ପାର୍ଲର୍‌ରେ ମୁଣ୍ଡ ସଫା କରୁଥାନ୍ତି, ତେବେ ବେକକୁ ଅଧିକ ନୁଆଁନ୍ତୁନାହିଁ । ମୁଣ୍ଡ ସଫା କରୁଥିବା ବେଳେ ବେକରେ କିଛି ସର୍ପୋଟ ଦିଅନ୍ତୁ । ଅଧିକ ସମୟ ପାଇଁ କେଶ ସଫା କରନ୍ତୁନି । କମ୍‌ ସମୟରେ କେଶ ସଫା କରିବାକୁ ପ୍ରୟାସ କରନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.