ନୂଆଦିଲ୍ଲୀ,୦୫/୧୧: ଆଜି ଭୋଟ ଦେବ ଆମେରିକା । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ।  ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୪ଟାରେ ଭୋଟିଂ ଆରମ୍ଭ ହେବ। ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି। ତେବେ କିଏ ମାରିବ ବାଜି? ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତି।

ତେବେ ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁ ଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ। ଏଥିସହ ଭବିଷ୍ୟତର ପୂର୍ବାନୁମାନ କରିଛି। ବେବି ହିପ୍ପୋ  ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ ହେବାକୁଥିବା ନିର୍ବାଚନରେ ବିଜେତା ଚୟନ କରିଛି। ମୁ ଡେଙ୍ଗ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଭାବରେ ଚୟନ କରିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ତେବେ ଥାଇଲାଣ୍ଡର ଚୋନବୁରି ଅଞ୍ଚଳରେ ଥିବା ଖାଓ ଖିୟୋ ଓପନ୍‌ ପ୍ରାଣୀ ଉଦ୍ୟାନର ଅପରେଟରମାନେ ଦୁଇଟି ତରଭୁଜ ରଖି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ନାମ ସ୍ଥାନୀୟ ଭାଷାରେ ଲେଖିଥିଲେ। ତେବେ ବିନା ଦ୍ୱିଧାରେ, ମୁ ଡେଙ୍ଗ୍ ଟ୍ରମ୍ପଙ୍କ ନାମ ଲେଖା ହୋଇ ଥିବା ତରଭୁଜ ଆଡକୁ ଯାଇ ତାକୁ ଖାଇଥିଲା। ଆମେରିକାରେ ନିର୍ବାଚନ ପୂର୍ବରୁ ମୁ ଡେଙ୍ଗର ଏଭଳି ଭବିଷ୍ୟବାଣୀ ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁ ଡେଙ୍ଗ୍ ଥାଇଲ୍ୟାଣ୍ଡର ଚୋନବୁରୀ ଅଞ୍ଚଳର ଖାଓ ଖିୟୋ ଓପନ୍ ପ୍ରାଣୀ ଉଦ୍ୟାନରେ ରହୁଥିବା ଏକ ହିପ୍ପୋ ବା ଜଳହସ୍ତି। ପ୍ରାଣୀ ଉଦ୍ୟାନ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ବେଶ୍‌ ଲୋକପ୍ରିୟ।