ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାତିରେ ଶୋଇବା ପୂର୍ବରୁ ରିଲ୍ସ ଦେଖୁଛନ୍ତି କି ? ସାବଧାନ, ବଢିପାରେ ଉଚ୍ଚ ରକ୍ତଚାପ

Published By : Krishna Priya | January 22, 2025 1:16 PM

ନୂଆଦିଲ୍ଲୀ ୨୨/୦୧: ସାମାଜିକ ଗଣମାଧ୍ୟମରେ ଘଣ୍ଟା ଘଣ୍ଟା ଧରି ରିଲ୍ସ ଦେଖିବା ଏବେ ସବୁ ବୟସବର୍ଗଙ୍କ ପାଇଁ ଏକ ସାଧାରଣ କଥା ପାଲଟିଛି। ଏହା ଯୋଗୁଁ ଅଯଥାରେ ସମୟ ନଷ୍ଟ ହେବା ସହ କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି କେବଳ ଦିନରେ ନୁହେଁ, ବରଂ ଅନେକଙ୍କର ଶୋଇବା ପୂର୍ବରୁ ରିଲ୍ସ ଦେଖିବା ଏକ ପ୍ରକାର ଅଭ୍ୟାସ ବା ନିଶାରେ ପରିଣତ ହୋଇଛି। ତେବେ ଜାଣିବା ଉଚିତ୍‌ ଶୋଇବା ପୂର୍ବରୁ ରିଲ୍ସ ଦେଖିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ସୃଷ୍ଟି ହେବା ଆଶଙ୍କା ରହିଛି। 

ବିଏମସି ପ୍ରତିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଶୋଇବା ପୂର୍ବରୁ ରିଲ୍ସ ଦେଖିବାରେ ଯେଉଁ ସମୟ ଅତିବାହିତ କରାଯାଉଛି, ତାହା ଯୁବ ଏବଂ ମଧ୍ୟବୟସ୍କ ବର୍ଗଙ୍କଠାରେ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ। ଚୀନର ଏକ ଗବେଷକ ଦଳ ୪,୩୧୮ ଜଣଙ୍କ ତଥ୍ୟକୁ ବିଷ୍ଳେଷଣ କରିଥିଲେ। ଏହା ସହ ଜାନୁଆରୀରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ତେବେ ଏହି ଅଧ୍ୟୟନ ଶୋଇବା ବେଳେ ରିଲ୍ସ ଦେଖିବା ସମୟ ଉପରେ ଗୁରୁତ୍ୱ ଦେଇଥିଲା। ଏଥିରେ ଟିଭି ଦେଖିବା, ଭିଡିଓ ଗେମ୍‌ ଖେଳିବା, ଏବଂ କମ୍ପ୍ୟୁଟର୍‌ ବ୍ୟବହାର କରିବା ଆଦି ସାମିଲ ଥିଲା। 

ସେହିପରି ଏଥିରୁ ଜଣାପଡିଛି ରାତିରେ ଦୀର୍ଘସମୟ ପର୍ଯ୍ୟନ୍ତ ରିଲ୍ସ ଦେଖିବା ଦ୍ୱାରା ଉଚ୍ଚ ରକ୍ତଚାପ ସ୍ତର ବୃଦ୍ଧି ପାଏ। ତେବେ ରିଲ୍ସ ନିଶା ଯୁବ ଏବଂ ମଧ୍ୟ ବୟସବର୍ଗ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ସହିତ ଜଡିତ ଥିଲା। ସେହିପରି ଶୋଇବା ବେଳେ ଏଭଳି ଭିଡିଓ ଦେଖିବା ଦ୍ୱାରା ଉତ୍ତେଜନା   ସୃଷ୍ଟି କରେ। ଏଣୁ ରାତିରେ ସ୍କ୍ରିନ୍‌ ସମୟ ସୀମିତ କରିବା ପାଇଁ ବିଶେଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହାବାଦ୍‌ ଶରୀରର ଓଜନ, ରକ୍ତ ଶର୍କରା ଏବଂ ୟୁରିକ୍‌ ଏସିଡ୍ ସ୍ତରକୁ ନିୟନ୍ତ୍ରଣ କରିବା ସହ  ଉଚ୍ଚ ସୋଡିୟମ୍‌ ଯୁକ୍ତ ଆହାର କମ୍‌ କରିବାକୁ ପରାମର୍ଶ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.