କୋରାପୁଟ,୦୨/୧୦: ଅସ୍ଥାୟୀ ପୋଲ ଉପରେ ପାଞ୍ଚ ଫୁଟର ପାଣି। ଫଳରେ ଯାତାୟତ ବାଧାପ୍ରାପ୍ତ । ଉଭୟ ପାଶ୍ୱର୍ରେ ଅଟକି ରହିଛି ଗାଡ଼ି। ତେବେ କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସାମାନ୍ୟ ବର୍ଷା ହେଲେ ଅସ୍ଥାୟୀ ପୋଲଟି ବୁଡ଼ିଯାଏ। ଯଦିଓ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି କିନ୍ତୁ ଏ ପର୍ଯ୍ୟନ୍ତ ଶେଷ ହୋଇ ପାରି ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କାର୍ଯ୍ୟର ମନ୍ଥର ଗତି ଓ ଜାତୀୟ ରାଜପଥ କତୃପକ୍ଷ ଏବଂ କାମ କରୁଥିବା ଠିକା କମ୍ପାନୀର ମନମାନି ଯୋଗୁଁ ଏପରି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଯଦିଓ ସେପ୍ଟେମ୍ବର ମାସରେ ଠିକା ନେଇଥିବା କମ୍ପାନୀର କାର୍ଯ୍ୟକାଳ ଶେଷ ହୋଇଛି ତଥାପି କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିନାହିଁ । ଯାହାଫଳରେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଦି କୋରାପୁଟ ସଦର ମହକୁମାକୁ ଯିବାକୁ ପଡ଼େ ତେବେ ଲୋକେ ଏବଂ ଯାନବାହାନଗୁଡ଼ିକ ମୋହନପଡ଼ା ଦେଇ ୪୦ କିଲୋମିଟର କିମ୍ବା ଏ ମାଲକାନଗିରି ଦେଇ ୫୦ କିଲୋମିଟର ଯିବାକୁ ପଡୁଛି ।