ଜୟପୁର,୧୪/୧୧: ବିପଦରେ ରାଣୀଗଡର ତେଲିଙ୍ଗିରି ଡ୍ୟାମ୍‌ । ୧୦୦ ଫୁଟ ତଳେ ଥିବା କନଷ୍ଟ୍ରକସନ ସୁଇସ ଦେଇ ପାଣି ଲିକ୍‌ ହେଉଥିବା ଦେଖିବାକୁ ମିଳିଛି । ଏହା ଜାଣିବା ପରେ ଡ୍ୟାମ୍‌ର ମରାମତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ଥାୟୀ ମରାମତି ପାଇଁ ସମ୍ପୂର୍ଣ୍ଣ ଡ୍ୟାମ୍‌କୁ ଖାଲି କରାଯିବ । 

ତେବେ ୨୦୧୯ରେ ଏହି ଡ୍ୟାମ୍‌ର ଉଦଘାଟନ କରାଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟରେ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ଏଭଳି ସ୍ଥିତି ଉପୁଜିଥିବାରୁ ଅନେକ କ୍ଷତି ହେବାର ଅନୁମାନ କରାଯାଇଛି । ବିଶେଷ କରି ତଳିଆ ଅଞ୍ଚଳବାସୀ ଏବଂ ରବି ଫସଲ ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି ।