ଭୁବନେଶ୍ୱର,୨୯/୧୧: ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ନିକଟରେ ଥିବା  କୁଆଖାଇ ନଦୀକୂଳରେ ନିର୍ମାଣ ହେବ ୱାଟର୍‌ଫ୍ରଣ୍ଟ୍‌ । ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବ  ରହିଛି । ଗୁରୁବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ସେ କହିଛନ୍ତି, ଗୁଜରାଟ ସାବରମତୀରେ ରହିଛି ଭାରତର ପ୍ରଥମ ରିଭର୍‌ଫ୍ରଣ୍ଟ୍‌  ପ୍ରକଳ୍ପ । ଏହି ଢାଞ୍ଚାରେ କଟକ ମହାନଦୀ କୂଳରେ ରିଭର୍‌/ୱାଟର୍‌ଫ୍ରଣ୍ଟ୍‌ କରାଯିବାକୁ ପ୍ରସ୍ତାବ ରହିଛି । ଏଥିସହ ପାଣ୍ଡରାରେ ମଧ୍ୟ ୱାଟର୍‌ଫ୍ରଣ୍ଟ୍‌ ପାଇଁ ଯୋଜନା ଚାଲିଛି ।  ପ୍ରକଳ୍ପ ପାଇଁ ପ୍ଲାନିଂ, ସର୍ଭେ ଓ ଆପ୍ରୁଭାଲ୍‌ ହେବ । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନର  ବିକାଶ ହେବ ଓ ଉଭୟ ଭୁବନେଶ୍ୱର ଓ କଟକବାସୀ ଆକର୍ଷଣୀୟ ସ୍ଥାନ ବୁଲିବା  ପାଇଁ ସୁଯୋଗ ପାଇବେ ବୋଲି ଆଶା ରଖାଯାଇଛି । ବାରବାଟୀ-କଟକ ବିଧାୟିକା  ସୋଫିଆ ଫିରଦୋସ୍‌ଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହି ଉତ୍ତର ରଖିଥିଲେ ।