ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବର୍ଷା ଯୋଗୁଁ ଗୁଆଲଡିହ ଷ୍ଟେସନରେ ପାଣିର ସୁଅ, ଅଟକିଛି ବନ୍ଦେ ଭାରତ ସମେତ ବିଭିନ୍ନ ଟ୍ରେନ

Published By : Suraj Kumar | July 5, 2025 9:46 PM

କେନ୍ଦୁଝର ସଦର,୫/୭(ଆପ୍ର) ରାଜ୍ୟ ବ୍ୟାପୀ ଲଘୁଚାପ ଜନିତ ଲଗାଣ ବର୍ଷା ଜାରୀ ରହିଥିବା ବେଳେ କେନ୍ଦୁଝର ଜିଲ୍ଲାର ଅବସ୍ଥା ମଧ୍ଯ ବେହାଲ୍ ହୋଇଛି। ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬.୨୦ରେ କେନ୍ଦୁଝରଗଡରେ ପହଁଚି ୬.୨୫ରେ କେନ୍ଦୁଝର ଛାଡ଼ିବାକୁ ଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ବର୍ଷା ଯୋଗୁଁ ଶନିବାର ସନ୍ଧ୍ୟା ୬.୫୫ ମିନିଟରେ ପୂର୍ବତଟ ରେଳପଥ ଖର୍ଦ୍ଧା ମଣ୍ଡଳ   ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ଗୁଆଲଡିହ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ। 

ମିଳିଥିବା ସୂଚନା ଅନୁଯାୟୀ ଗୁଆଲଡିହ ଷ୍ଟେସନରେ ମାଟି ଅତଡ଼ା ସାଙ୍ଗକୁ ପାଣି ଜମି ରହିଥିବା ଯୋଗୁଁ ବନ୍ଦେ ଭାରତ ଆଗକୁ ଯାଇ ପାରି ନାହିଁ ତା ସହିତ ଅନ୍ୟାନ୍ୟ ଟ୍ରେନ ଗୁଡ଼ିକ ମଧ୍ୟ ଅଟକି ରହିଛି। ସିଗ୍ନାଲ ସମ୍ପୂର୍ଣ ଭାବେ ଫେଲ ହୋଇଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନ୍ଦେ ଭାରତ ସେହି ସ୍ଥାନରେ ହିଁ ଅଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ଦ୍ଵାରା ସଫା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.