• ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଏକ ନୂତନ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି।
  • ଏହି ଅଡିଓରେ ଆଝାର ଦାବି କରିଛି ଯେ, ତାର ହଜାରରୁ ଅଧିକ ଆତ୍ମଘାତୀ ବିସ୍ଫୋରଣକାରୀ ଅର୍ଥାତ୍ ସୁଇସାଇଡ୍ ବମର୍ ଅଛନ୍ତି।
  • ଏହି ବିସ୍ଫୋରଣକାରୀମାନେ ଯେକୌଣସି ସମୟରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛି ମାସୁଦ୍
  • ସଂଗଠନ ଦୁର୍ବଳ ହେଲେ ଏମିତି ବୃଥା ଧମକ ଦିଆଯାଏ ବୋଲି କହିଲେ ପ୍ରତିରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ,୧୧/୦୧: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ସେ ଦାବି କରୁଥିବା ଶୁଣାଯାଉଛି ଯେ ତା ପାଖରେ ହଜାର ହଜାର ଆତ୍ମଘାତୀ ଆକ୍ରମଣକାରୀ ଯେକୌଣସି ସମୟରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଅଡିଓରେ ଥିବା ଶବ୍ଦଗୁଡ଼ିକ ସୂଚାଇ ଦେଉଛି ଯେ ଜୈଶ-ଏ-ମହମ୍ମଦ ଗୋଷ୍ଠୀ ଏବେ ବି ବିପଦପୂର୍ଣ୍ଣ ପ୍ରସ୍ତୁତିରେ ନିୟୋଜିତ ଅଛି। ଉଲ୍ଲେଖଯୋଗ୍ୟ ଯେ, ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଦ୍ୱାରା ଏକ କୁଖ୍ୟାତ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ସେ ପାକିସ୍ତାନରେ ରହି ଭାରତ ବିରୋଧୀ ଆକ୍ରମଣର ଷଡ଼ଯନ୍ତ୍ର କରୁଛି।

'ଣ କହିଛି ମାସୁଦ?

ମାସୁଦ ଆଝାର ଏହି ଅଡିଓ କ୍ଲିପ୍ରେ ଦାବି କରିଛି ଯେ ହଜାରରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ପ୍ରସ୍ତୁତ ଅଛନ୍ତି ଏବଂ ଭାରତରେ ଅନୁପ୍ରବେଶ କରିବାକୁ ଅନୁମତି ଦେବା ପାଇଁ ଆଝାର ଉପରେ ଚାପ ପକାଉଛନ୍ତି। ଆଝାର ଦାବି କରିଛି ଯେ, ଏହି ସୁଇସାଇଡ୍ ବମରଙ୍କ ପ୍ରକୃତ ସଂଖ୍ୟା ଜାଣିଲେ ବିଶ୍ୱ ଗଣମାଧ୍ୟମରେ ହଙ୍ଗାମା ସୃଷ୍ଟି ହେବ। ସେ କହିଛି ଯେ ଏହି ଆକ୍ରମଣକାରୀମାନେ ଆକ୍ରମଣ କରିବା ଏବଂ ସେମାନଙ୍କ ଉଦ୍ଦେଶ୍ୟକୁ ପୂରା କରିବାକୁ ଯାଇ ସହିଦ ହେବା ପାଇଁ ଅତ୍ୟନ୍ତ ଉତ୍ସାହିତ।

ଅଧିକ ପଢ଼ନ୍ତୁ: 'ବିନାଶ-ପରାଜୟ ନୁହେଁ ବିଜୟ- ପୁନଃନିର୍ମାଣର ଇତିହାସ ସୋମନାଥ'; ସ୍ୱାଭିମାନ ପର୍ବରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଅପରେସନ ସିନ୍ଦୂର ସମୟରେ ଜୈସ୍ ଆଡ୍ଡା ଉପରେ ହୋଇଥିଲା ଆକ୍ରମଣ:

ସ୍ବରଣଥାଉକି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର, ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ମଧ୍ୟ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଏହି ଅପରେସନରେ ମସୁଦ ଆଝାରର ଅନେକ ନିକଟତମ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ସମେତ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସଂଗଠନ ଚାପରେ ଥିବାବେଳେ ଏପରି ଅଡିଓ ବାର୍ତ୍ତା ପ୍ରକାଶିତ ହୁଏ। ମସୁଦ ଆଝାରର ଭାଇରାଲ ଅଡିଓକୁ ତାର ହତାଶାର ଏକ ପ୍ରକାଶନ ବୋଲି ବିବେଚନା କରାଯାଉଛି।

ବର୍ତ୍ତମାନ, ମାସୁଦ ଆଝାରର ସଂଗଠନ କ’ଣ କରୁଛି ତାହା ତଦନ୍ତର ବିଷୟ। ଏହାର କେତେ ଆତ୍ମଘାତୀ ବିସ୍ଫୋରଣକାରୀ ଅଛନ୍ତି? ଏବଂ ସେମାନଙ୍କର ଯୋଜନା କ’ଣ? ତଥାପି, ଏସବୁ ଜାତୀୟ ସୁରକ୍ଷା ଦାୟିତ୍ୱରେ ଥିବା ଶୀର୍ଷ କମାଣ୍ଡଙ୍କ ଦ୍ବାରା ନିର୍ଣ୍ଣୟ କରାଯିବା ଉଚିତ। ବର୍ତ୍ତମାନ, ମାସୁଦ ଆଝାରର ଅଡିଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପୁରସ୍କାର; ରାକେଟର ପର୍ଦ୍ଦାଫାସ, ୮ ଗିରଫ