ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବ୍ରିକ୍ସ ସମ୍ମିଳନୀରେ ସାରା ବିଶ୍ବକୁ ମୋଦିଙ୍କ ବାର୍ତ୍ତା, କହିଲେ -ଆ​ମେ ଯୁଦ୍ଧ ନୁହେଁ ଆଲୋଚନା ଏବଂ କୁଟନୀତିକୁ କରୁ ସମର୍ଥନ

Published By : Harapriya Biswal | October 23, 2024 7:03 PM

ନୂଆଦିଲ୍ଲୀ,୨୩।୧୦:ଋଷର କଜାନରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି, ଆଜିର ବୈଠକର ସୁନ୍ଦର ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ବ୍ଲାଡିମିର ପୁଟିନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ବ୍ୟକ୍ତ କରୁଛି। ମୋତେ ବହୁତ ଖୁସି ଯେ, ଆଜ ଆମେ ପ୍ରଥମ ଥର ବିସ୍ତାରିତ ବ୍ରିକ୍ସ ଫ୍ୟାମିଲି ଭାବରେ ଭେଟିଲୁ। ବ୍ରିକ୍ସ ପରିବାର ସହ ଯୋଡି ହୋଇଥିବା ସବୁ ନୂଆ ସଦସ୍ୟ ଓ ସାଥୀଙ୍କୁ ମୁଁ ହାର୍ଦ୍ଧିକ ଅଭିନନ୍ଦନ କରୁଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ଏକ ବର୍ଷରେ ଋଷରେ ସଫଳ ଅଧ୍ୟକ୍ଷତା ପାଇଁ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଅଭିନନ୍ଦ ଜଣାଉଛି। ବନ୍ଧୁମାନେ ଆମ ବୈଠକ ଏଭଳି ସମୟରେ ହେଉଛି, ଯେତେବେଳେ ବିଶ୍ବ ଯୁଦ୍ଧ, ସଂଘର୍ଷ, ଆର୍ଥିକ ଅନିଶ୍ଚିତତା, କ୍ଲାଇମେଯ୍ ଚେଞ୍ଜ, ଆତଙ୍କବାଦୀ ଭଳି ଅନେକ ଚ୍ୟାଲେଞ୍ଜରେ ଘେରି ରହିଛି। ବିଶ୍ବରେ ନର୍ଥ-ସାଉଥ୍ ଓ ପୂର୍ବ-ପଶ୍ଚିମକୁ ଭାଙ୍ଗିବା ନେଇ କଥା ହେଉଛି। ଆମେ ଯୁଦ୍ଧ ନୁହେଁ, ଆଲୋଚନା ଓ କୁଟନୀତିର ସମର୍ଥନ କରୁ। ଯେଉଁଭଳି ଭାବରେ ଆମେ ମିଳିମିଶି କୋଭିଡ୍ ଭଳି ମହାକାରୀକୁ ପରାସ୍ତ କରିଛୁ ସେଭଳି ଭାବି ପୀଢି ସୁରକ୍ଷିତ, ସଶକ୍ତ ଓ ସମୃଦ୍ଧ ଭବିଷ୍ୟତ ପାଇଁ ନୂଆ ଅବସର ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ।

ଆତଙ୍କବାଦ ଓ ଟେରର ଫଣ୍ଡିଂର ମୁକାବିଲ ପାଇଁ ଆମେ ସବୁ ଏକମତ ହୋଇ ଦୃଢତାର ସହ ସହଯୋଗ କରିବାକୁ ହେବ। ଏଭଳି ଗଭୀର ବିଷୟ ଉପରେ ଦୋହରା ମାପଦଣ୍ଡ ପାଇଁ କୌଣସି ସ୍ଥାନ ନାହିଁ। ଆମ ଯୁବପୀଢିଙ୍କ ମଧ୍ୟରେ କଠୋରତାକୁ ରୋକିବା ପାଇଁ ଆମେ ସକ୍ରିୟ ଭାବରେ ପାଦ ଉଠାଇବା ଦରକାର। ଜାତିସଂଘରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀରେ ଦୀର୍ଘ ଦିନ ଧରି ପଡି ରହିଥିବା  ପ୍ରସଙ୍ଗରେ ଆମକୁ ଏକାଠି କାମ କରିବାକୁ ହେବ। ସେଭଳି ସାଇବର ସିକ୍ୟୁରିଟି, ସେଫ୍ ଓ ସିକ୍ୟୁର ଏଆଇ ପାଇଁ ଗ୍ଲୋବାଲ ନିୟମ ପାଇଁ କାମ କରିବା ଦରକାର। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.