ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ତ୍ରାହି ନାହିଁ

Published By : Prameya | May 11, 2025 7:27 AM

ଭୁବନେଶ୍ୱର,୧୧/୦୫: ଏଥର ସଅଳ  ଆସିପାରେ ମୌସୁମୀ । ଜୁନ୍‌ ୧ ତାରିଖ ବେଳକୁ ଦକ୍ଷିଣ  ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ କେରଳ  ଛୁଇଁଥାଏ । କିନ୍ତୁ ଏଥର ମେ ୨୭ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି ଭାରତୀୟ  ପାଣିପାଗ ବିଭାଗ (ଆଇଏମ୍‌ଡି) ତାଜା ଆକଳନ କରିଛି ।

ଆଇଏମ୍‌ଡି ପୂର୍ବାନୁମାନ କରି କହିଛି, ୨୭ ତାରିଖ  ବେଳକୁ ମୌସୁମୀ କେରଳ ସ୍ପର୍ଶ କରିବ । ମଡେଲ୍‌  ଅନୁସାରେ ୪ ଦିନ ଆଗୁଆ ବା ୪ ଦିନ ପରେ କେରଳ  ଛୁଇଁପାରେ । ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଏଥର ଶୀଘ୍ର ଆସିବ।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ । ୨୭ ତାରିଖରେ କେରଳ ଛୁଇଁଲେ ଏହା ଓଡ଼ିଶାରେ ୬  ବା ୭ ତାରିଖ ସୁଦ୍ଧା ପହଞ୍ଚିଯିବ । ୪ ଦିନ ଆଗୁଆ ବା  ବିଳମ୍ବରେ ପହଞ୍ଚିଲେ ବି ଏହାକୁ ସ୍ୱାଭାବିକ ଧରାଯିବ ।  

୨୦୨୦ ମସିହା ଜୁନ୍‌ ୫ରେ ମୌସୁମୀ କେରଳ  ଛୁଇଁପାରେ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା ।  ୪ ଦିନ ଆଗୁଆ ବା ଜୁନ୍‌ ୧ ତାରିଖରେ ଏହା କେରଳ  ଛୁଇଁଥିଲା । ୨୦୨୧ ମେ ୩୧ ତାରିଖରେ ମୌସୁମୀ  କେରଳରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ବେଳେ ଜୁନ୍‌ ୩ ତାରିଖରେ ପହଞ୍ଚିଥିଲା । ୨୦୨୪  ମେ ୩୧ରେ ମୌସୁମୀ ପହଞ୍ଚିବ ବୋଲି ଆକଳନ  ହୋଇଥିବା ବେଳେ ମେ ୩୦ ତାରିଖରେ ପହଞ୍ଚିଥିଲା । 

ଏବେ ପାଇଁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ୧୧ ତାରିଖ(ରବିବାର) ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ  ଗ୍ରୀଷ୍ମଲହରୀ ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ  ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ  କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,  ଗଞ୍ଜାମ, ଗଜପତି ଓ ନବରଙ୍ଗପୁରର କିଛି ସ୍ଥାନରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି ।

୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା,  ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ  ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ପବନର ଝଟ୍‌କା  ୪୦ରୁ ୫୦ କିମି ଛୁଇଁପାରେ । ପଶ୍ଚିମ ଓଡ଼ିଶାର  ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ  ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର  ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ  କରିବ। ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ ଓଡ଼ିଶା  ସମେତ ଦକ୍ଷିଣ ଓଡ଼ିଶାରେ ଗରମ ଜାରି ରହିବ । 

୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ  ଲଘୁଚାପ ରୂପ ନେଇପାରେ ବୋଲି ସୋଆ ଜଳବାୟୁ ଓ  ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ  କରିଛନ୍ତି । ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା  ସର୍ବାଧିକ ୪୨.୭ ଡିଗ୍ରୀ ରହିଥିଲା । ହୀରାକୁଦରେ  ୪୧.୭, ଝାରସୁଗୁଡ଼ାରେ ୪୧.୬, ଟିଟିଲାଗଡ଼ରେ  ୪୧.୫, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ  ୪୧, ଖୋର୍ଦ୍ଧାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.