ଭୁବନେଶ୍ୱର,୨୧/୦୮: ଆସନ୍ତା  ୨୫ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ  ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ  ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ  କରିଛି । 

୨୧ ତାରିଖ ବା ଗୁରୁବାର  ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ବାଲେଶ୍ୱର ଓ ବରଗଡ଼ର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ  ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

୨୨ ତାରିଖରେ କେନ୍ଦୁଝର,  ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ  ଅଧିକ ବର୍ଷା ସମ୍ଭାବନା ଅଛି । ୨୩ ଓ ୨୪  ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଳ୍ପ  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।  

ବୁଧବାର ଢେଙ୍କାନାଳେରେ ୨୭.୪ ମିମି  ବର୍ଷା ହୋଇଛି । ଜଗତ୍‌ସିଂହପୁରରେ ୨୧.୧,  ପାରଳାଖେମୁଣ୍ଡିରେ ୧୫.୨, ତାଳଚେରରେ  ୧୩.୮ ମିମି ବର୍ଷା ରେକର୍ଡ ହୋଇଛି।