ଭୁବନେଶ୍ୱର,୨୧/୦୮: ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି ।
୨୧ ତାରିଖ ବା ଗୁରୁବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର ଓ ବରଗଡ଼ର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୩ ଓ ୨୪ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।
ବୁଧବାର ଢେଙ୍କାନାଳେରେ ୨୭.୪ ମିମି ବର୍ଷା ହୋଇଛି । ଜଗତ୍ସିଂହପୁରରେ ୨୧.୧, ପାରଳାଖେମୁଣ୍ଡିରେ ୧୫.୨, ତାଳଚେରରେ ୧୩.୮ ମିମି ବର୍ଷା ରେକର୍ଡ ହୋଇଛି।