ଭୁବନେଶ୍ୱର,୩୧/୦୫: ଆସନ୍ତା ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ । ଉତ୍ତର ବାଂଲାଦେଶ ଓ  ସଂଲଗ୍ନ ମେଘାଳୟ ଉପରେ ଥିବା ଏହି ଅବପାତ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ  ପରିଣତ ହେବ । ଆସନ୍ତା ସପ୍ତାହେ  ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା  ନାହିଁ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । 

ଶନିବାର ରାଜ୍ୟର ଅଳ୍ପ କିଛି  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । ରବିବାର ଉପକୂଳ  ଓଡ଼ିଶା, ମୟୂରଭଞ୍ଜ ଓ କେନ୍ଦୁଝର  ସମେତ ଅନ୍ୟ କିଛି ସ୍ଥାନରେ ସ୍ପଳ୍ପ  ବର୍ଷା ସମ୍ଭାବନା ଅଛି । 

ସୋମବାର  କୋରାପୁଟ, ମାଲକାନଗିରି,  ରାୟଗଡ଼ା ଓ ଗଜପତିର କିଛି  ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା  ବର୍ଷା ହୋଇପାରେ । ୩, ୪ ଓ ୫ ତାରିଖରେ ମାଲକାନଗିରି,  କୋରାପୁଟ ସମେତ ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା  ସମ୍ଭାବନା ଥିବା ନେଇ ପାଣିପାଗ  ବିଭାଗ ଆକଳନ କରିଛି । ମୌସୁମୀ ବାୟୁ  ଭବାନୀପାଟଣା ଓ ପୁରୀ ଅତିକ୍ରମ କରିଛି । 

ଶୁକ୍ରବାର ବରଗଡ଼  ଜିଲ୍ଲାରେ ୩୫.୪ ମିମି ବର୍ଷା  ହୋଇଛି । ବଲାଙ୍ଗିରରେ ୨୬.୫  ଓ ଚାନ୍ଦବାଲିରେ ୨୬.୮ ମିମି ବର୍ଷା  ରେକର୍ଡ ହୋଇଛି।