ଭୁବନେଶ୍ୱର,୦୪/୧୧: ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ୪  ତାରିଖରେ ପାଗ ଶୁଖିଲା ରହିବ । ୫ରେ ଗଞ୍ଜାମ ଓ  ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର  ବର୍ଷା ହୋଇପାରେ । ୬ରେ ଉପକୂଳ ଓଡ଼ିଶା  ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା  ଓ କନ୍ଧମାଳରେ ହାଲୁକା ବର୍ଷା ସମ୍ଭାବନା ଅଛି ।  ୭, ୮ ଓ ୯ ତାରିଖରେ ଗଞ୍ଜାମ, ଗଜପତି,  ପୁରୀ ଓ ଖୋର୍ଦ୍ଧାରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି ।