ଭୁବନେଶ୍ୱର,୦୬/୦୪: ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା  ୨ରୁ ୪ ଡିଗ୍ରୀ ବଢ଼ିପାରେ । ପଶ୍ଚିମ  ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା  ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ  କରିଛି । ରବିବାର ବୌଦ୍ଧ, ବଲାଙ୍ଗିର,  ଭବାନୀପାଟଣା, ଟିଟିଲାଗଡ଼,  ଝାରସୁଗୁଡ଼ାରେ ତାପମାତ୍ରା ୪୦  ଡିଗ୍ରୀ ଛୁଇଁପାରେ । ସୋମବାର ବି  ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ  ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ଟିଟିଲାଗଡ଼ରେ  ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ  ଥିଲା । ସୋନପୁରର ୪୦.୧ ଡିଗ୍ରୀ,  ବୌଦ୍ଧ ୪୦ଡିଗ୍ରୀ, ତାଳଚେର ୩୯.୮, ଭୁବନେଶ୍ୱର ୩୯.୭ ଓ ଚାନ୍ଦବାଲିରେ  ୩୯.୬ ଡିଗ୍ରୀ ରେକର୍ଡ ହୋଇଛି ।