ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

Published By : Prameya | February 9, 2025 7:25 AM

ଭୁବନେଶ୍ୱର,୦୯/୦୨: ଆଜିଠୁ ରାତିରୁ ତାପମାତ୍ରା ପୁଣି ଉପରମୁହାଁ ହୋଇପାରେ । କିଛି ସ୍ଥାନରେ  ପାରଦ ୨ରୁ ୪ ଡିଗ୍ରୀ ବଢ଼ିବ  ବୋଲି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଗତ  ଦୁଇ ଦିନ ଧରି କିଛି ସ୍ଥାନରେ ରାତି ତାପମାତ୍ରା ଖସୁଥିଲା । ଶୁକ୍ରବାର ରାତିରେ ରାଉରକେଲାର ପାରଦ  ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା । ଝାରସୁଗୁଡ଼ା, କେନ୍ଦୁଝର, ଦାରିଙ୍ଗିବାଡ଼ି, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବି ପାରଦ ଖସିଛି ।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  ଆକଳନ କରି କହିଛନ୍ତି, ଏବେ  ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡ଼କୁ ଯାଉଛି । ଗୁରୁଚାପର ପ୍ରଭାବ  ବି କମିଛି । ଦେଶର ଉତ୍ତର ପଶ୍ଚିମ  ଦିଗରୁ ରାଜ୍ୟକୁ ଥଣ୍ଡା ପବନ  ଆସୁଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଆସନ୍ତା ୫ ଦିନ  ଯାଏ ଏଭଳି ସ୍ଥିତି ରହିବ । କିଛି  ସ୍ଥାନରେ ୧ରୁ ୨ ଡିଗ୍ରୀ ବଢ଼ିଲେ  ଅନ୍ୟ ସ୍ଥାନରେ ସେତିକି କମିବ । ରାତିରେ ପାଗ ଆରାମଦାୟକ ରହିବ  ବୋଲି ସେ କହିଛନ୍ତି ।

ରାଉରକେଲାରେ ପାରଦ ୯.୭ ଡିଗ୍ରୀ ରେକର୍ଡ ହୋଇଛି ।  ଝାରସୁଗୁଡ଼ାରେ ୧୧.୬, ସୁନ୍ଦରଗଡ଼ରେ ୧୨.୭, ଫୁଲବାଣୀରେ  ୧୩.୫, କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୫, ଦାରିଙ୍ଗିବାଡ଼ି,  ଭଦ୍ରକ ଓ ନୂଆପଡ଼ାରେ ୧୫, ବାରିପଦାରେ ୧୫.୫, ସମ୍ବଲପୁରରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । 

ଶନିବାର ଅନୁଗୁଳରେ ଦିନ ତାପମାତ୍ରା  ୩୪.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୪.୬, ପାରଳାଖେମୁଣ୍ଡିରେ ୩୪, ବୌଦ୍ଧରେ ୩୩.୫, ସମ୍ବଲପୁର  ଓ ସୁନ୍ଦରଗଡ଼ରେ ୩୩.୪, ବଲାଙ୍ଗିର ଓ କୋରାପୁଟରେ ୩୩.୨, ନୂଆପଡ଼ାରେ ୩୩, ଟିଟିଲାଗଡ଼ରେ ୩୨.୫ ଡିଗ୍ରୀ ରହିଥିଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.