ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି

Published By : Prameya | March 24, 2025 7:44 AM

ଭୁବନେଶ୍ୱର,୨୪/୦୩: ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ  ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା  ହୋଇପାରେ । ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ । ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ  ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨  ମିମି ବର୍ଷା ହୋଇଛି । ନୟାଗଡ଼ରେ ୨୮.୨, କଟକରେ ୨୮,  ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬,  କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ  ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ  ୧୦.୨ମିମି ବର୍ଷା ରେକର୍ଡ ହୋଇଛି । ରବିବାର ସକାଳରୁ ସନ୍ଧ୍ୟା  ଭିତରେ ଅନୁଗୁଳ ଓ ତାଳଚେରରେ କାଁ ଭାଁ ବର୍ଷା ହୋଇଛି । 

ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ  ୩୭.୩ ଡିଗ୍ରୀ ଥିଲା । ଗତକାଲି ତୁଳନାରେ ରାଜ୍ୟର  ବିଭିନ୍ନ ସ୍ଥାନର ତାପମାତ୍ରା ସାମାନ୍ୟ ବଢ଼ିଛି । ନବରଙ୍ଗପୁରରେ  ୩୫.୫ ଭବାନୀପାଟଣାରେ ୩୫, କୋରାପୁଟରେ ୩୪.୮,  ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୩୪ ଏବଂ ଖୋର୍ଦ୍ଧାରେ ୩୩  ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଆଗକୁ ତାତି ଆହୁରି  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.