ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆଜିଠୁ କମିବ ତାତି, ବଢ଼ିବ ଶୀତ: ପଶ୍ଚିମାବାୟୁ ପ୍ରଭାବରେ ୩୧ରୁ ୧ ଯାଏ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା

Published By : Prameya | January 25, 2025 7:33 AM

ଭୁବନେଶ୍ୱର,୨୫/୦୧: ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ  ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧  ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.  ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । 

ଡ. ସାହୁ କହିଛନ୍ତି, ଗୁରୁଚାପ ପାଇଁ ଗରମ ପବନ ଆସୁଥିଲା । ତେଲଙ୍ଗାନା, ମହାରାଷ୍ଟ୍ରରେ ଗରମ ଅଧିକ ରହୁଥିଲା । ସେ ପାଖରୁ ଓଡ଼ିଶାକୁ ପବନ ଆସୁଥିଲା । ଏଥିପାଇଁ ଦିନ ତାପମାତ୍ରା ଅଧିକ  ରହୁଥିଲା । ଆଜିଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି । ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ । ଏଥିପାଇଁ  ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ ବୋଲି  ସେ କହିଛନ୍ତି । ୨୮ ଯାଏ ତାତି କମ୍‌ ରହିବ । କୁହୁଡ଼ିର  ପ୍ରଭାବ କମିବ । ୨୯ ଓ ୩୦ ତାରିଖରୁ ପୁଣି ଥରେ  ଘନ କୁହୁଡ଼ି ଆରମ୍ଭ ହେବ । 

ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ  ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)  ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ  କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ବି ତାତି ୩୪ ଡିଗ୍ରୀ ସେଲସିୟସ୍‌  ପାର୍‌ ହୋଇଛି । ଜାନୁଆରୀ ମାସ ନ ସରୁଣୁ ରାଜ୍ୟରେ  ତାତି ଏବେ ଡରାଇବା ଆରମ୍ଭ କଲାଣି । ରାଜ୍ୟର  ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫.୧ ଡିଗ୍ରୀରୁ  ଅଧିକ ଥିଲା ବୋଲି ଆଇଏମଡି ପକ୍ଷରୁ ସୂଚନା  ଦିଆଯାଇଛି ।  

୨୦୦୯ ଜାନୁଆରୀ ୩୧ ତାରିଖରେ କୋରାପୁଟର  ଦିନବେଳାର ତାତି ୩୩ ଡିଗ୍ରୀ ଥିଲା । ସେବେ ଏହି  ତାତି ସର୍ବକାଳୀନ ରେକର୍ଡ କରିଥିଲା । ଗତ ୨୨  ତାରିଖରେ ଏଠାରେ ତାତି ୩୩.୨ ଡିଗ୍ରୀ ଥିଲା ।  ଆଜି ଏଠାରେ ସମାନ ତାତି ଅନୁଭୂତ ହୋଇଛି ।  ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୪.୨ ଡିଗ୍ରୀ  ରହିଛି । ବଲାଙ୍ଗିରରେ ତାତି ୩୩.୨ଡିଗ୍ରୀ, ବରଗଡ଼  ଓ ଭବାନୀପାଟଣାରେ ୩୩, ସମ୍ବଲପୁରରେ ୩୨.୯,  ଢେଙ୍କାନାଳରେ ୩୨.୨, ମାଲକାନଗିରିରେ ୩୨.୧ ଓ  ନୂଆପଡ଼ାରେ ତାତି ୩୨ ଡିଗ୍ରୀ ରହିଛି । 

ପାରଦ ଉପରମୁହାଁ ହେବାରୁ ରାଜ୍ୟରୁ ଶୀତ  ଏକପ୍ରକାର ଗାଏବ ହୋଇଯାଇଛି । ଅଧିକାଂଶ  ସ୍ଥାନରେ ପାରଦ ୧୬ରୁ ୧୭ ଡିଗ୍ରୀ ଉପରେ ରହିଛି ।  ଚାନ୍ଦବାଲିରେ ୨୦.୮, ପାରାଦୀପରେ ୨୦.୨, ପୁରୀରେ  ୨୦.୧, ଭୁବନେଶ୍ୱରରେ ୧୯.୫, କଟକରେ ୧୮.୮,  ବାରିପଦାରେ ୧୮.୫, ଢେଙ୍କାନାଳରେ ୧୭.୬,  ଟିଟିଲାଗଡ଼ରେ ୧୭.୨, ତାଳଚେର ଓ ଭଦ୍ରକରେ  ୧୭, ସମ୍ବଲପୁରରେ ୧୬.୩ ଓ ମାଲକାନଗିରି ଓ  ଛତ୍ରପୁରରେ ରାତି ତାପମାତ୍ରା ୧୬ ଡିଗ୍ରୀ ଥିଲା । 

ଆସନ୍ତା ଦୁଇ ଦିନ ଯାଏ ଏଭଳି ପାଣିପାଗ  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଶନିବାର ଉପକୂଳ ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବ ବୋଲି  ଆକଳନ କରାଯାଇଛି । ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ,  କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଗଞ୍ଜାମ,  ଗଜପତି, ନୟାଗଡ଼, କଳାହାଣ୍ଡି, କନ୍ଧମାଳ,  କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ  ଓ କୋରାପୁଟରେ ଘନ କୁହୁଡ଼ି ଦେଖାଦେବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.