ଭୁବନେଶ୍ୱର,୧୧/୦୯: ଦକ୍ଷିଣ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।  କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ ଓ  କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶା  ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ  ସ୍ଥାନରେ ବର୍ଷା ହେବ ।

୧୨ ତାରିଖରେ ନବରଙ୍ଗପୁର,  ନୂଆପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ  ବର୍ଷା ହୋଇପାରେ । ଉପକୂଳ, ଆଭ୍ୟନ୍ତରୀଣ ଓ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ୧୩ ଓ ୧୪ ତାରିଖରେ ଉତ୍ତର ଓଡ଼ିଶା ଓ  ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।