ଭୁବନେଶ୍ୱର,୧୧/୦୧: ରାଜ୍ୟରେ ରବିବାରଠାରୁ ଶୀତ କମିପାରେ । ପାରଦ ୨ରୁ ୪ ଡିଗ୍ରୀ ବଢ଼ିବା ଯୋଗୁ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଗୁରୁବାର ଜି.ଉଦୟଗିରିରେ  ରାତି ତାପମାତ୍ରା ୫.୪ ଡିଗ୍ରୀ ଥିଲା ।  ଫୁଲବାଣୀରେ ୭.୫, ରାଉରକେଲାରେ  ୭.୯, ଦାରିଙ୍ଗିବାଡ଼ିରେ ୯, ସୁନ୍ଦରଗଡ଼ରେ ୯.୧, ଅନୁଗୁଳ ଓ  କେନ୍ଦୁଝରରେ ୯.୬, ଭବାନୀପାଟଣା ଓ  ବଲାଙ୍ଗିରରେ ପାରଦ ୧୦ଡିଗ୍ରୀ ରହିଥିଲା।  

ଶନିବାର ଫୁଲବାଣୀରେ ରାତି ତାପମାତ୍ରା  ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ  ରହିବ ବୋଲି ଆକଳନ କରାଯାଇଛି ।  ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫  ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ବୋଲି  ପୂର୍ବାନୁମାନ କରାଯାଇଛି । 

ରବିବାର ମଧ୍ୟ  ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ରୁ  ୧୫ ଡିଗ୍ରୀ ରହିବ । ରବିବାର ଝାରସୁଗୁଡ଼ା,  କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,  ଭଦ୍ରକ ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର  କୁହୁଡ଼ି ଦୃଶ୍ୟମାନ ହୋଇପାରେ।