ପ୍ରମୂଖ ଖବର
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା

Published By : Prameya | June 17, 2025 7:35 AM

ଭୁବନେଶ୍ୱର,୧୭/୦୬: ଜୁନ୍‌ରେ  ଭଲ ବର୍ଷା ଆକଳନ କରିଥିଲା ପାଣିପାଗ  ବିଭାଗ । ମାତ୍ର ଏଯାଏଁ ସେମିତି ବର୍ଷା  ହେଲାନି । ମୌସୁମୀ ଆଗୁଆ ଆସି ଏମିତି  ହଜିଗଲା ଯେ ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜୁନ୍‌ରେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି ।  ସେଥିରୁ ୫ ଜିଲ୍ଲା ପୂରା ଶୁଖିଲା ପଡ଼ିଛି ।  ପାଣିପାଗର ତାଜା ପୂର୍ବାନୁମାନ ଅନୁସାରେ  ଏବେ ବିଶେଷ ବର୍ଷା ନାହିଁ ରାଜ୍ୟରେ ।  

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର  (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ  କହିଛନ୍ତି, ମଙ୍ଗଳବାର କିଛି  ଜାଗାରେ ବର୍ଷା ହୋଇପାରେ । ତା’ପରେ ବିଶେଷ ବର୍ଷା ନାହିଁ । ଆର୍ଦ୍ରତା ଅଧିକ ଥିବାରୁ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର  ବିସ୍ତୃତ ଅଞ୍ଚଳ ଶୁଖିଲା ରହିବ । ଆଗକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା  ୨୩/୨୪ ତାରିଖବେଳକୁ ବର୍ଷା ବଢ଼ିପାରେ ।  ତା’ପରେ ପୁଣି ବର୍ଷା କମିଯିବ । ଜୁନ୍‌ ମାସଟା  ନିଅଣ୍ଟିଆ ବର୍ଷାରେ ସରିଯାଇପାରେ । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି,  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨ ଦିନ  ଭିତରେ ରାଜ୍ୟର ବାକି ଅଞ୍ଚଳକୁ ମୌସୁମୀ  ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ।  ଆସନ୍ତା ଦୁଇଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ମଙ୍ଗଳବାର ରାଜ୍ୟର ଅଧିକାଂଶ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ । ଝାରସୁଗୁଡ଼ା, ଦେବଗଡ଼,  ବାଲେଶ୍ୱର, ଯାଜପୁର, ସମ୍ବଲପୁର, ଅନୁଗୁଳ,  ଢେଙ୍କାନାଳ ଓ ବରଗଡ଼ର ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ  ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୧୮  ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ  ହାଲୁକାରୁ ମଧ୍ୟମ କେନ୍ଦୁଝର ଏବଂ  ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।  ୧୯ରୁ ବର୍ଷା ପରିମାଣ କମିପାରେ ।

ଦକ୍ଷିଣ ଓଡ଼ିଶାରୁ ମୌସୁମୀ ରାଜ୍ୟକୁ  ପ୍ରବେଶ କରିଥିବାବେଳେ ମାଲକାନଗିରିରେ ଏବେ ସୁଦ୍ଧା ସବୁଠାରୁ କମ୍‌ ବର୍ଷା ହୋଇଛି ।  ଜୁନ୍‌ ପହିଲାରୁ ଏବେ ସୁଦ୍ଧା ମାଲକାନଗିରିରେ  ୯୭% ବର୍ଷା କମ୍‌ ରହିଛି । ୫ଟି ଜିଲ୍ଲାରେ ୬୦% ରୁ ୯୭% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଥିବାବେଳେ  ୧୪ଟି ଜିଲ୍ଲାରେ ୨୦%ରୁ ୫୭% ପର୍ଯ୍ୟନ୍ତ କମ୍‌  ରହିଛି । ଝାରସୁଗୁଡ଼ାରୁ ୮୭%, ମୟୂରଭଞ୍ଜରେ  ୭୦%, ବରଗଡ଼ରେ ୬୨%, ନୂଆପଡ଼ାରେ  ୬୦% ବର୍ଷା ନିଅଣ୍ଟିଆ ଅଛି । ନବରଙ୍ଗପୁରରେ  ସ୍ୱାଭାବିକଠାରୁ ୫୭% ବର୍ଷା କମ୍‌ ଥିବାବେଳେ  ବଲାଙ୍ଗିରରେ ୫୫%, ସମ୍ବଲପୁରରେ ୪୯%,  କେନ୍ଦୁଝରରେ ୪୬%, ପୁରୀରେ ୪୧%,  ବାଲେଶ୍ୱରରେ ୪୧%, ଅନୁଗୁଳରେ ୪୧%,  କୋରାପୁଟରେ ୩୬%, ଭଦ୍ରକରେ ୩୫%,  କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୪%,  ଯାଜପୁରରେ ୩୨%, ସୁନ୍ଦରଗଡ଼ରେ ୨୭%,  ରାୟଗଡ଼ାରେ ୨୫% ନିଅଣ୍ଟିଆ ବର୍ଷା ହୋଇଛି ।  ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ,  ସୋନପୁର, ବୌଦ୍ଧ, ଜଗତସିଂହପୁର,  କେନ୍ଦ୍ରାପଡ଼ା, କଟକ, ସୋନପୁର, ବୌଦ୍ଧ,  କନ୍ଧମାଳ, ଗଜପତିରେ ବର୍ଷା ପରିମାଣ ସ୍ୱାଭାବିକ  ଅଛି । 

ରାଜ୍ୟରେ ଏହି ୧୬ ଦିନରେ ହାରାହାରି  ୫୭ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ  ତୁଳନାରେ ୩୧% ନିଅଣ୍ଟିଆ । ସବୁଠାରୁ କମ୍‌  ମାଲକାନଗିରିରେ ୨.୮ ମିମି, ଝାରସୁଗୁଡ଼ାରେ  ୮ ମିମି ବର୍ଷା ରେକର୍ଡ ହୋଇଛି ।  ରାଜ୍ୟରେ ତାପମାତ୍ରା କମିଥିଲେ ମଧ୍ୟ ଉପକୂଳରେ ଏବେ ଗୁଳୁଗୁଳି ଭୀଷଣ ରହିଛି ।  ଆଜି ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ  ଚାନ୍ଦବାଲିରେ ୪୭.୪ ମିମି, ଝାରସୁଗୁଡ଼ାରେ  ୨୮.୬, କେନ୍ଦୁଝରରେ ୧୫.୬, ଭଦ୍ରକରେ  ୧୯, ବରଗଡ଼ରେ ୧୩.୭, ରାଉରକେଲାରେ  ୩୫.୮ ମିମି ବର୍ଷା ହୋଇଛି । ବାଲେଶ୍ୱର,  ଯାଜପୁରରେ ହାଲୁକା ବର୍ଷା ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.