ଭୁବନେଶ୍ୱର,୧୬/୧୧: ରାଜ୍ୟର ତିନି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ରାଉରକେଲାରେ ପାରଦ ୧୩.୯ ଡିଗ୍ରୀକୁ  ଖସି ଆସିଥିଲା । ଅନୁଗୁଳ ଓ  ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ  ରେକର୍ଡ ହୋଇଥିଲା । ରାଜଧାନୀ  ଭୁବନେଶ୍ୱରରେ ପାରଦ ୨୦ ଡିଗ୍ରୀ  ଥିଲା । ରାତି ତାପମାତ୍ରା ଖସିବା ଯୋଗୁ  ଅନେକ ସ୍ଥାନରେ ଶୀତ ଅନୁଭୂତ  ହୋଇଛି । ଆସନ୍ତା ୪ରୁ ୫ ଦିନ  ଭିତରେ ରାତି ତାପମାତ୍ରା ଆହୁରି  ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଥିଲା ।