ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ: ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁ ଭରସା

Published By : Prameya | June 6, 2025 7:24 AM

ଭୁବନେଶ୍ୱର,୦୬/୦୬: ମୌସୁମୀ ଯାଇଛି ଯେ ଆଉ ଫେରୁନି । ବର୍ଷା ଗାଏବ ।  କାଁ ଭାଁ ଛିଞ୍ଚୁଛି । ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି ।  ଗୁଳୁଗୁଳି ନାକେଦମ କରିଦେଲାଣି । ଆଗକୁ ଆହୁରି ସିଝାଇବ, ଛଟପଟ କରିବ । ରାଜ୍ୟରେ ଏବେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ବଢ଼ିବା ସହ ଗୁଳୁଗୁଳି ଜାରି ରହିବ । 

ପାଣିପାଗ ପୂର୍ବାନୁମାନ  କହୁଛି, ଜୁନ୍‌ ୧୨ ଆଗରୁ ମୌସୁମୀ ଫେରିବା ସମ୍ଭାବନା କମ୍‌ । ଲଘୁଚାପ ହିଁ ଭରସା । ଯଦି  ରଜ ବେଳକୁ ଲଘୁଚାପ ସୃଷ୍ଟି ହୁଏ, ତେବେ ଯାଇ ଓଡ଼ିଶାକୁ ମୌସୁମୀ ବର୍ଷା ଫେରିପାରେ । ପ୍ରତିଦିନ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ  ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଉଛି । ମାତ୍ର ବର୍ଷା ହେଉଛି କାଁ ଭାଁ । 

ଗୁରୁବାର ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ ତାଳଚେରରେ ୩୨.୪ ମିଲିମିଟର, ଅନୁଗୁଳରେ ୩ ମିମି,  ଛତ୍ରପୁରରେ ୩ ମିମି ବର୍ଷା ହୋଇଥିଲା । ବାକି  ସବୁଠି ପାଗ ଶୁଖିଲା ଥିଲା । ଭୁବନେଶ୍ୱରରେ ପାଗ  ଆଂଶିକ ମେଘୁଆ ଥିଲେ ବି ବର୍ଷା ଦେଖା ମିଳିଲାନି ।  ମେ ୨୯ରୁ ମୌସୁମୀ ଫେରାର । ଜୁନ୍‌ ୧୨  ଆଗରୁ ଫେରିବା ଆଶା କ୍ଷୀଣ । ତା’ ପରେ ବି  ଆସିବା ନେଇ ଅନିଶ୍ଚିତତା ରହିଛି । 

ପାଣିପାଗ  ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୧  ତାରିଖ ଭିତରେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଦ୍ୱିତୀୟ ସପ୍ତାହର (୧୨ରୁ ୧୮  ତାରିଖ)ରେ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍‌  ବର୍ଷା ହୋଇପାରେ । ଯଦିଓ ଏହି ଅବଧି ଭିତରେ  ପୂର୍ବ ଭାରତକୁ ମୌସୁମୀ ଅଗ୍ରସର କରିପାରେ । 

ଅନୁମାନ କରାଯାଉଛି, ଉତ୍ତର ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ  ବଙ୍ଗୋପସାଗରରେ ୧୨ରୁ ୧୫ ତାରିଖ ଭିତରେ ଏକ  ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ମାତ୍ର  ତାହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା  ସମ୍ଭାବନା କମ୍‌ । ବିଶେଷଜ୍ଞଙ୍କ କହିବାନୁସାରେ ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବୀ ହେଲେ ହିଁ ମୌସୁମୀ  ପୁଣି ସକ୍ରିୟ ହୋଇପାରିବ । ସେପର୍ଯ୍ୟନ୍ତ ମୌସୁମୀ  ଫେରିବା ନେଇ ଅନିଶ୍ଚିତତା ରହିଛି

ଏଥର ଦୁଇ ସପ୍ତାହ ଆଗୁଆ ଆସିଥିଲା  ମୌସୁମୀ । ମାତ୍ର ଓଡ଼ିଶାରେ ପ୍ରବେଶ କରିବା ପରେ  ମୌସୁମୀ ଦୁଇ ସପ୍ତାହ ନିଖୋଜ ରହିପାରେ ।  ଯଦି ଲଘୁଚାପ ନ ହୁଏ, ତେବେ ରଜବେଳକୁ  ଗୁଳୁଗୁଳିରୁ ନିସ୍ତାର ଆଶା କମ୍‌ । ୨୦୦୯ରେ ମୌସୁମୀ  ଓଡ଼ିଶାକୁ ମେ’ ୨୫ରେ ପ୍ରବେଶ କରିଥିଲା । ମାତ୍ର  ଏହାପରେ ୩୧ ଦିନ ପାଇଁ ମୌସୁମୀ ଗାଏବ  ହୋଇଯାଇଥିଲା । ମୌସୁମୀ ଓଡ଼ିଶାକୁ ପ୍ରବେଶ  କରିବା ପରେ ୧୯୮୨ରେ ୨୬ ଦିନ, ୧୯୮୬ରେ  ୨୫ ଦିନ, ୧୯୯୧ରେ ୩୧ ଦିନ, ୧୯୯୫ରେ ୧୯  ଦିନ, ୨୦୦୦ରେ ୧୩ ଦିନ, ୨୦୧୪ରେ ୧୪ ଦିନ,  ୨୦୦୪ରେ ୧୫ ଦିନ ଓ ୨୦୦୬ରେ ୧୬ ଦିନ  ହଜିଯାଇଥିଲା । ଏଥର ଏ ଅବଧି କେତେ ଲମ୍ବିବ,  ତାହା ଉପରେ ସଭିଙ୍କ ନଜର । 

ପାଣିପାଗ ବିଭାଗର ଆକଳନ ହେଲା, ଆସନ୍ତା  ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌  ବଢ଼ିପାରେ । କେତେକ ବିଶେଷଜ୍ଞଙ୍କ ମତରେ ତାତି  ଆହୁରି ଅଧିକ ବଢ଼ିପାରେ । ଗୁରୁବାର ୯ଟି ସ୍ଥାନରେ  ପାରଦ ୩୭ ଡିଗ୍ରୀ ଟପିଥିଲା । ପାରଳାଖେମୁଣ୍ଡି  ୩୮, ଝାରସୁଗୁଡ଼ା ୩୮.୪, ଅନୁଗୁଳ ୩୮.୧,  ସମ୍ବଲପୁର ୩୭.୬, ହୀରାକୁଦ ୩୭.୧, ଟିଟିଲାଗଡ଼  ୩୭, ମାଲକାନଗିରି ୩୭.୨, ବୌଦ୍ଧ ୩୭.୨,  କୋରାପୁଟ ୩୭.୮ ଡିଗ୍ରୀ ଥିଲା । ଆର୍ଦ୍ରତା ୬୦ରୁ  ୭୦% ଉପରେ ଥିଲା ଉପକୂଳ ଅଞ୍ଚଳରେ ।  ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଗରମ  ଓ ଗୁଳୁଗୁଳି ନାକେଦମ କରିପାରେ । ବର୍ତ୍ତମାନ  ଗୁଳୁଗୁଳି ପ୍ରକୋପ ଏଭଳି ରହିବ । 

ପାଣିପାଗ ବିଶେଷଜ୍ଞଙ୍କ ମତରେ ମୌସୁମୀ  ଅଗ୍ରସର ହେବାକୁ ପାଗ ଅନୁକୂଳ ନାହିଁ । ପଶ୍ଚିମା  ଝଡ଼ ଏଥିରେ ବଡ଼ ପ୍ରତିବନ୍ଧକ ହେଉଛି । ଏଭଳି ସ୍ଥିତି  ଲମ୍ବିଲେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ଆଶଙ୍କା ରହୁଛି ।  ଯଦି ରଜବେଳକୁ ଲଘୁଚାପ ନ ହୁଏ ଏହା ଚାଷ  ଆରମ୍ଭ ନେଇ ସମସ୍ୟା ବଢ଼ାଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.