ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

Published By : Prameya | January 24, 2025 7:28 AM

ଭୁବନେଶ୍ୱର,୨୪/୦୧:  ରାଜ୍ୟରେ ଶୀତ ଆହୁରି କମିପାରେ ।  ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ  ରାତି ତାପମାତ୍ରା ବଢ଼ିବା ସହ ଦିନ  ବେଳାର ତାତି ବି ଉପରମୁହାଁ  ହେଉଛି ।

ଗୁରୁବାର ଗୋଟିଏ ଦୁଇଟି  ସ୍ଥାନକୁ ଛାଡ଼ି ବାକି ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ଜାନୁୟାରୀ ମାସ ଶେଷ ନ ହେଉଣୁ ତାତି ଆରମ୍ଭ ହୋଇଗଲାଣି । ଟାଣ ଖରା ଯୋଗୁ ଦିନବେଳା ଗରମ ଅନୁଭୂତ ହେଉଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୮ ଡିଗ୍ରୀ  ରେକର୍ଡ ହୋଇଛି । ସମ୍ବଲପୁରରେ  ୩୩.୪, ସୁନ୍ଦରଗଡ଼ରେ ୩୩.୨,  ଟିଟିଲାଗଡ଼ରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର ଓ  ବରଗଡ଼ରେ ୩୨.୫, ଭୁବନେଶ୍ୱରରେ  ୩୨.୪, ଅନୁଗୁଳରେ ତାପମାତ୍ରା  ୩୨.୩ ଡିଗ୍ରୀ ରେକର୍ଡ ହୋଇଛି । 

ବୁଧବାର ରାତିରେ ଜି  ଉଦୟଗିରିରେ ପାରଦ ସବୁଠୁ କମ୍‌ ବା  ୬.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୯,  ଫୁଲବାଣୀରେ ୧୦ ଡିଗ୍ରୀ, କୋରାପୁଟ  ଓ ରାଉରକେଲା ଓ ଦାରିଙ୍ଗିବାଡ଼ିରେ  ୧୧, ଝାରସୁଗୁଡ଼ାରେ ୧୧.୬,  ଭବାନୀପାଟଣାରେ ୧୨.୨, ବୌଦ୍ଧରେ  ୧୨.୫ ଓ ରାୟଗଡ଼ାରେ ରାତି ତାପମାତ୍ରା  ୧୩.୬ଡିଗ୍ରୀ ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.