ଭୁବନେଶ୍ୱର,୨୫/୧୧:  ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ଶୀତ  ସାମାନ୍ୟ କମିପାରେ । ୨୭ ତାରିଖ ବେଳକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ରବିବାର ୧୮ଟି ସହରର ତାପମାତ୍ରା  ୧୫ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରିରେ ପାରଦ ସବୁଠୁ କମ୍‌ ରହିଛି । ଏଠାରେ  ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ  ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀ, ଝାରସୁଗୁଡ଼ାରେ  ୧୧.୪, ବଲାଙ୍ଗିରରେ ୧୨, କୋରାପୁଟରେ ୧୨.୧, ଭବାନୀପାଟଣାରେ ୧୨.୨,  ରାଉରକେଲାରେ ୧୨.୪ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜଧାନୀ  ଭୁବନେଶ୍ୱରରେ ୧୬.୧ ଓ କଟକରେ ୧୬ ଡିଗ୍ରୀ ରେକର୍ଡ ହୋଇଛି ।