ଭୁବନେଶ୍ୱର,୧୦/୧୨: ମଙ୍ଗଳବାର ସକାଳେ ଉପକୂଳ  ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା। ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ବୋଲି ପୂର୍ବାନୁମାନ ରହିଛି । ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି। 

ମଙ୍ଗଳବାରଠାରୁ ରାଜ୍ୟରେ ପାରଦ ୩ରୁ ୫  ଡିଗ୍ରୀ ସେଲସିୟସ୍‌ ଖସିବ । ଆସନ୍ତା ୩ଦିନ ଯାଏ ରାତି ତାପମାତ୍ରା ଏଭଳି  ରହିବ । କୋରାପୁଟ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୩ ଡିଗ୍ରୀକୁ ଖସିବ ।  ଫୁଲବାଣୀରେ ୧୪ଡିଗ୍ରୀ ରହିପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । 

ରବିବାର ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୪.୫, କୋରାପୁଟରେ  ୧୪.୬, କେନ୍ଦ୍ରାପଡ଼ାରେ ୧୫, ଦାରିଙ୍ଗିବାଡ଼ିରେ ୧୬.୫, ଅନୁଗୁଳରେ ୧୬.୬,  ଜଗତସିଂହପୁର ଓ ଖୋର୍ଦ୍ଧାରେ ୧୭, ଯାଜପୁରରେ ୧୭.୨ ଓ ଫୁଲବାଣୀରେ ରାତି  ତାପମାତ୍ରା ୧୭.୫ ଡିଗ୍ରୀ ରେକର୍ଡ ହୋଇଥିଲା ।