ମୁମ୍ୱାଇ : ଆକ୍ସନ , ରୋମାନ୍ସ , ଡ୍ରାମା ଓ ସସପେନ୍ସରେ ଭରପୂର ବଲିଉଡର ବଡ଼ ବଡ଼ ଷ୍ଟାରଙ୍କ ନେଇ କମେଡି ଓ ଆକ୍ସନ ଭରା ‘ୱେଲକମ୍’ ଫ୍ରାଞ୍ଚାଇଜିର ଫିଲ୍ମ ‘ୱେଲକମ ଟୁ ଦ ଜଙ୍ଗଲ ’ର ଟ୍ରେଲର ଶେଷରେ ରିଲିଜ ହୋଇ ଯାଇଛି। ଯେମିତି ଆଶା କରାଯାଉ ଥିଲା, ଟ୍ରେଲର ସେହିପରି ସଂପୂର୍ଣ୍ଣ ଫିଟ୍ ନଜର ଆସୁଛି।

ଟ୍ରେଲରରେ କେତେକ ସ୍ଥାନରେ ଅକ୍ଷୟ କୁମାର ଓ ସୁନିଲ ସେଟ୍ଟୀଙ୍କ ମଧ୍ୟରେ ‘ହେରା ଫେରି’ ଭଳି ସିନ ମଧ୍ୟ ମନେପକାଇ ଦେବାର ନଜର ଆସୁଛି। ‘ୱେଲକମ ଟୁ ଦ ଜଙ୍ଗଲ ’ର ଟ୍ରେଲର ଲଞ୍ଚ ପାଇଁ YRF ଷ୍ଟୁଡିଓ ପକ୍ଷରୁ ଭବ୍ୟ ଇଭେଣ୍ଟ ଲଞ୍ଚ କରାଯାଇ ଥିଲା , ଯେଉଁଠି ଷ୍ଟାରଙ୍କ ବଡ଼ ମଜାମସ୍ତି ମଧ୍ୟ ଦେଖିବାକୁ ମିଳୁଛି। ଟ୍ରେଲରରେ ଖୁବ୍ ଖୁସି ମଜା ସହ ନନ୍-ଷ୍ଟପ୍ ଏଣ୍ଟରଟେନମେଣ୍ଟ ସହ ଫୁଲ ଫ୍ୟାମିଲି ଏଣ୍ଟରଟେନମେଣ୍ଟ ମଧ୍ୟ ଅଛି।

‘ୱେଲକମ ଟୁ ଦ ଜଙ୍ଗଲ’ର ଟ୍ରେଲର ହସି ହସି ବେଦମ କରିବା ଭଳି –

ପାଖାପାଖି ୪ ମିନିଟ୍ ୧୦ ସେକେଣ୍ଡର ଏହି ଟ୍ରେଲରରେ କମେଡି , ରୋମାଞ୍ଚ, ମସ୍ତି , ଡ୍ରାମା ଭଳି ଜିନିଷ ଦର୍ଶକଙ୍କୁ ହସର ଖୋରାକ ଯୋଗାଇବାରେ ଯଥେଷ୍ଟ। ଏହି ଟ୍ରେଲରରେ ଫିଲ୍ମର ପ୍ରତି ଚରିତ୍ରକୁ ଚମକିବା ଭଳି ସୁଯୋଗ ଦିଆ ଯାଇଛି , ଯେଉଁଥିରେ ଅକ୍ଷୟଙ୍କ ଠାରୁ ନେଇ ପରେଶ ରାୱଲ , ରାଜପାଲ ଯାଦବ, ରବୀନା ଟଣ୍ଡନ , ସୁନୀଲ ସେଟ୍ଟୀ , ଲାରା ଦତ୍ତା , ଫରିଦା ଜଲାଲ , ଜ୍ୟାକି ଶ୍ରଫଙ୍କ ଭଳି କଳାକାରଙ୍କର ମଜାଦାର ଝଲକ ଦେଖିବାକୁ ମିଳିବ।

 

‘ ଭାରତର ପ୍ରଥମ ୨୦୦୦କୋଟି ଫେକ୍ ଫିଲ୍ମ ’ –

ଟ୍ରେଲରର ଆରମ୍ଭରେ ଲେଖା ନଜର ଆସୁଛି, ଭାରତର ପ୍ରଥମ ୨୦୦୦ କୋଟି ଫେକ୍ ଫିଲ୍ମ। ଆରମ୍ଭ ହେଉଛି ମଜାଦାର ଏବଂ ଫନି ଷ୍ଟେଟମେଣ୍ଟରୁ ହେଉଛି ,ଯେବେ ଜ୍ୟାକଲିନ ପଚାରୁଛନ୍ତି –ତୁମର ଟାଇଟଲ କଣ ? ପରେଶ ରାୱଲ କହୁଛନ୍ତି - ଏକ ଜବରଦସ୍ତ କାହାଣୀ ଅଛି - ୱେଲକମ୍ ଟୁ ଜଙ୍ଗଲ। ଏହାପରେ ଫିଲ୍ମର ସମସ୍ତ ଚରିତ୍ରଙ୍କ ସହ ପରିଚୟ କରାଯାଉଛି,ଯାହା ଖୁବ୍ ଫନି ଓ ମଜାଦାର। ଏହାପରେ ପରେଶ ରାୱଲ ଟିମକୁ ବୁଝାଉଛନ୍ତି ଯେ, ଆମର ଫିଲ୍ମ ଆର୍ମି ଭଳି। ପୂରା କାହାଣୀଟି ଏକ ଟ୍ରିକ୍ ଚାରିପଡ଼େ ଘୂରି ବୁଲୁଛି। ପୂରା ଟ୍ରେଲର ଜବରଦସ୍ତ ନଜର ଆସୁଛି,ଯେଉଁଥିରେ ଭରପୂର କମେଡି ରହିଛି।

ଆହୁରି ମଧ୍ୟ ପଢନ୍ତୁ : ଆଲିୟା ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଲ୍‌ଫା’ ଟିଜର୍‌ ଆଉଟ୍