ନୂଆଦିଲ୍ଲୀ,୮।୧୦:  ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ। ହିଜବୁଲ୍ଲାର ଶକ୍ତିକୁ ଦୁର୍ବଳ କରିବାକୁ ମୁଖ୍ୟ କାର୍ଯ୍ୟାଳୟ ଉପରେ ଇସ୍ରାଏଲ ସେନା କରିଛି ଏୟାର ଷ୍ଟ୍ରାଇକ୍।   ଏହି ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନୀ ନିହତ ହୋଇଛନ୍ତି। ହୋଇଛି। ଗତକାଲି ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହୁସେନ ହୁସେନୀର ନିପାତ ହୋଇଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ   ଏକ୍ସ ପୋଷ୍ଟରେ ସୂଚନା ଦେଇଛି। ତେବେ ଏନେଇ ହିଜବୁଲ୍ଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ସୁହେଲ ହୁସେନୀ ଆତଙ୍କବାଦୀ ସଂଗଠନର ଅସ୍ତ୍ରଶସ୍ତ୍ର, ବଜେଟ୍ ଓ ମ୍ୟାନେଜମେଣ୍ଟ ଦାୟିତ୍ବରେ ଥିଲା। ଇସ୍ରାଏଲ ସେନା କହିଛି ହୁସେନୀ ଇରାନଠାରୁ ଆଧୁନିକ ହତିଆର ଆଣୁଥିଲା, ହିଜବୁଲ୍ଲାର ବିଭିନ୍ନ ୟୁନିଟ୍‌ରେ ତାକୁ ବିତରଣ କରିବ। ନିକଟରେ ଇସ୍ରାଏଲ ହିଜବୁଲ୍ଲାର ଟପ୍ ଲିଡର ହସନ ନସରୁଲ୍ଲାହକୁ ମାରିବାରେ ସଫଳ ହୋଇଥିଲା।  

ଅନ୍ୟପକ୍ଷେ ହିଜବୁଲ୍ଲା ଗାଜା ପଟିରେ ଅସ୍ତ୍ରବିରତି ଲାଗୁ ହେବା ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରକେଟ, ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିବାର ପ୍ରତିଜ୍ଞା ନେଇଛି। ସେଭଳି ଲେବାନନ୍‌ର ଦକ୍ଷିଣ ଭାଗରେ ସୋମବାର ଇସ୍ରାଏଲ ଆକ୍ରମଣରେ ୧୦ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏସବୁ ମଧ୍ୟ ଇରାନ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ମିଳିଛି ଧମକ। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରଗାଛି ମଙ୍ଗଳବାର କହିଛନ୍ତି, ତାଙ୍କ ଦେଶ ଇସ୍ରାଏଲର ଯେ କୌଣସି ମିସାଇଲ ଆକ୍ରମଣକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।