ନୂଆଦିଲ୍ଲୀ,୩୦।୪: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଏହା ଭିତରେ ଖବର ରହିଛି ଯେ, ଏକ ପ୍ରମୁଖ ପ୍ରଶ୍ନ ଉଠାଇଛି। କ’ଣ ୩୪ ଲକ୍ଷ ଭୋଟର ରାଜ୍ୟର କ୍ଷମତା ସମୀକରଣକୁ ପରିବର୍ତ୍ତନ କରିଦେବେ ? ୨୦୨୧ରେ ମୋଟ ୫୯.୮ ନିୟୁତ ଭୋଟର ମତଦାନ କରିଥିବା ବେଳେ, ଏଥର ଏହି ସଂଖ୍ୟା ୬୩.୧ କୋଟିକୁ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୃଦ୍ଧି ସେହି ସମୟରେ ଘଟିଛି ଯେତେବେଳେ ଏସ୍ଆଇଆର ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। ଏହା ସତ୍ତ୍ୱେ, ପ୍ରାୟ ୯୩ ପ୍ରତିଶତ ଭୋଟରଙ୍କ ମତଦାନ ରେକର୍ଡ କରାଯାଇଛି, ଯାହାକି ନିଜେ ଏକ ରେକର୍ଡ। ରାଜନୈତିକ ବିଶ୍ଲେଷକଙ୍କ ମତରେ ଏହାଦ୍ବାରା ୩୪ ଲକ୍ଷ ଅତିରିକ୍ତ ଭୋଟରଙ୍କୁ ଏହି ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ ରୂପରେ ପ୍ରଭାବିତ କରିପାରେ। ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସ ଭାରତୀୟ ଜନତା ପାର୍ଟିରୁ ପ୍ରାୟ ୬୦ ଲକ୍ଷ ଅଧିକ ଭୋଟ୍ ହାସଲ କରିଥିଲା। ଏଭଳି ସ୍ଥିତିରେ ଏହି ନୂଆ ଭୋଟ୍ ବ୍ୟାଙ୍କ ଦୁଇ ଦଳ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି।

ବିଜେପି ମତରେ ଏଥର ଅତିରିକ୍ତ ଭୋଟର ତା’ ସପକ୍ଷରେ ରହିଛନ୍ତି। ପାର୍ଟିର କହିବା ଅନୁସାରେ, କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରଚୁର ମାତ୍ରାରେ (ପ୍ରାୟ ୨.୫ ଲକ୍ଷ ଜବାନ)ମୁତୟନ ପରେ ଭୟର ପରିବେଶ ଶେଷ ହୋଇଥିଲା ଓ ଲୋକମାନେ ଖୋଲାଖୋଲି ଭାବରେ ଭୋଟ ଦେବାକୁ ବାହାରକୁ ଆସିଥିଲେ। ଏହାଛଡା ସହରର ଆବାସିକ ଅଞ୍ଚଳ ଭିତରେ ମତଦାନ କେନ୍ଦ୍ର ହେବା ଦ୍ବାରା ମତଦାନ ପ୍ରତିଶତ ବୃଦ୍ଧି ପଯାଇଛି, ଯାହାକି ବିଜେପି ପାଇଁ ଲାଭଦାୟକ ପାଲଟିଥିଲା। ପାର୍ଟି ଏହି ପରିବର୍ତ୍ତନକୁ ଭୋଟ ରୂପରେ ଦେଖୁଛି, ଯାହାକି କଥିତ ଭାବରେ କ୍ଷମତା ବିରୋଧି ଲହରର ସଙ୍କେତ ଦେଉଛି।

ସେଭଳି ଟିଏମ୍‌ସି ଏହି ଦାବିକୁ ଖାରଜ କରି କହିଛି, ଅତିରିକ୍ତ ଭୋଟର ତାଙ୍କ ସମର୍ଥନରେ ଅଛନ୍ତି। ପାର୍ଟିର ନେତାଙ୍କ କହିବା ଅନୁସାରେ, ଏସଆଇଆର ପକ୍ରିୟା ବିରୋଧରେ ଲୋକଙ୍କ ଭିତରେ ଅସନ୍ତୋଷ ଥିଲା ଓ ଏଥର ତାଙ୍କ ସମର୍ଥକ ପୁରା ସଂଖ୍ୟାରେ ମତଦାନ କରିବାକୁ ବାହାରିଥିଲେ, ଫଳରେ ଭବିଷ୍ୟତରେ ତାଙ୍କ ନାଁ ମତଦାନ ସୂଚୀରୁ ନହଟୁ। ଟିଏମସି ଏହାକୁ କାଉଣ୍ଟର କନସୋଲିଡେସନ୍ ବା ସାମୁହିକ ପ୍ରତିକ୍ରିୟାର ପରିଣାମ ବୋଲି କହିଛି। ଉଚ୍ଚ ମତଦାନ ପ୍ରତିଶତକୁ ନିଜ ପାଇଁ ସକାରତ୍ମକ ସଙ୍କେତ ବୋଲି କୁହାଯାଉଛି।

ରାଜନୈତିକ ବିଶ୍ଲେଷକଙ୍କ ମତରେ ଏଥର ନିର୍ବାଚନ କେବଳ ପାରମ୍ପାରିକ ଭୋଟ୍ ବ୍ୟାଙ୍କ ଉପରେ ନୁହେଁ, ବଂର ନୂଆ ଏବଂ ପୂର୍ବରୁ କମ୍ ସକ୍ରିୟ ଥିବା ମତଦାତାଙ୍କୁ ପ୍ରଭାବିତ କରିବା ଉପରେ ନିର୍ଭର କରିବ। ୪ ମଇରେ ଫଳାଫଳ ଦିନ ଏହା ସ୍ପଷ୍ଟ ହୋଇଯିବ ଯେ, ୩୪ ଲକ୍ଷ ଅତିରିକ୍ତ ଭୋଟର କାହା ପକ୍ଷରେ ଯାଇଛନ୍ତି ଓ କ’ଣ ବାସ୍ତବରେ ପରିବର୍ତ୍ତନର ସଙ୍କେତ ଥିଲା ନା ବର୍ତ୍ତମାନ କ୍ଷମତାରେ ଥିବା ମଜବୁତ ଆଧାର ପାଲଟିବ। ପଶ୍ଚିମବଙ୍ଗର ଏହି ନିର୍ବାଚନ ଏବେ ଏହି ଅତିରିକ୍ତ ଭୋଟରଙ୍କ ଚାରିପାଖରେ ଘୂରି ବୁଲୁଛି, ଯେଉଁମାନେ ଏଥର ସବୁଠାରୁ ବଡ଼ କିଙ୍ଗମେକର ପ୍ରମାଣିତ ହୋଇପାରନ୍ତି।

ଆହୁରି ପଢନ୍ତୁ : ଆକ୍ସିସ୍ ମାଇଁ ଇଣ୍ଡିଆ ପଶ୍ଚିମବଙ୍ଗରେ କାହିଁକି ଜାରି କଲାନି ଏକଜିଟ୍ ପୋଲ୍, ନିର୍ବାଚନୀ ବିଶ୍ଲେଷକ କହିଲେ ୬୦ ରୁ ୭୦% ଭୋଟର..