ନୂଆଦିଲ୍ଳୀ,୨୩।୪: ପ୍ରବଳ ଗରମ ଏବଂ ହିଂସା ମଧ୍ୟରେ ପଶ୍ଚିମବଙ୍ଗରେ ବମ୍ପର ଭୋଟିଂ। ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନେତା ବାଛିବାକୁ ବାହାରି ପହିଛନ୍ତି। ଖରା କିମ୍ବା ହିଂସାକାଣ୍ଡର ପ୍ରଭାବ ମତଦାନ ଉପରେ ପଡିନି। ପଶ୍ଚିମବଙ୍ଗରେ ମଧ୍ୟାହ୍ନ ୩ଟା ଯାଏଁ ୭୮.୭୭% ମତଦାନ ରେକର୍ଡ କରାଯାଇଛି। ସେଭଳି ତାମିଲନାଡୁରେ ୭୦ ପ୍ରତିଶତ ମତଦାନ ହୋଇଛି।

ପଶ୍ଚିମବଙ୍ଗରେ କେଉଁ ଜିଲ୍ଲାରେ କେତେ ଭୋଟିଂ ?

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ମଧ୍ୟାହ୍ନ ୧ଟା ସୁଦ୍ଧା ମାଲଦାରେ ୫୮.୪୫% , ସୁର୍ସିଦାବାଦରେ ୬୨.୭୧%, ପଶ୍ଚିମ ବର୍ଦ୍ଧମାନରେ ୬୦.୩୭୫, ପଶ୍ଚିମ ମେଦିନାପୁରରେ ୬୫.୭୭%, ପୂର୍ବ ମେଦିନାପୁରରେ ୬୨.୯୦%, ପୁରୁଲିଆରେ ୫୯.୮୩%, ଉତ୍ତର ଦିନାଜପୁରରେ ୬୦%, ଝାରଗ୍ରାମ୍‌ରେ ୬୫.୩୧% ମତଦାନ ହୋଇଛି। ସେଭଳି କାଲିମ୍ପଙ୍ଗରେ ୫୯.୫୨% , ଆଲିପୁରଦ୍ବାରରେ ୬୦.୦୩% ,ବାଙ୍କୁରାରେ ୬୪.୫୮% ବୀରଭୂମରେ ୬୩.୯୩%, କୋଚ ବେହେରାରେ ୬୦.୭୫% , ଦକ୍ଷିଣ ଦିନାଜପୁରରେ ୬୩.୦୫% ଦାର୍ଜିଲିଂରେ ୫୯.୮୧% ଏବଂ ନ୍ୟୁଜଲପାଇଗୁଡିରେ ୬୦.୮୪% ଭୋଟିଂ ହୋଇଛି।

ତାମିଲନାଡୁର କେଉଁ ଜିଲ୍ଲାରେ କେତେ ଭୋଟିଂ ?

ଯଦି ତାମିଲନାଡୁ ବିଷୟରେ କଥା ହେବା ତେବେ ୧ଟା ସୁଦ୍ ଇରୋଡରେ ୬୧.୭୯%, କଲ୍ଲାକୁରିଚିରେ ୫୭.୧୫%, କାଞ୍ଚିପୁରମ୍ରେ ୫୮.୯୮%, କନ୍ୟାକୁମାରୀରେ ୫୦.୩୫%, କରୁରରେ ୬୦.୭୭%, କୃଷ୍ଣାଗିରିରେ ୫୬.୨୧%, ମଦୁରେରେ ୫୪.୭୫%, ମଇଲାଦୁଥୁରଇରେ ୫୩.୫୯% ଭୋଟିଂ ହୋଇଛି। ସେଭଳି ଆରିୟାଲୁରରେ ୫୫.୧୮%, ଚେଗଲପଟ୍ଟୁରେ ୫୬.୨୮%, ଚେନ୍ନାଇରେ ୫୪.୫୮%, କୋଏମ୍ବାଟୁରରେ ୫୮.୨୪%, କୁଡ୍ଡାଲୋରରେ ୫୫.୧୩%, ଧର୍ମପୁରୀରେ ୫୯.୦୨%, ଡିଡିଗୁଲରେ ୫୯.୭୯% ମତଦାନ ହୋଇଛି।

ପଶ୍ଚିମବଙ୍ଗର ୧୫୨ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ଏହି ସମୟରେ, ୧୭ତମ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁର ସମସ୍ତ ୨୩୪ଟି ଆସନ ପାଇଁ ଏକକାଳୀନ ମତଦାନ ହେଉଛି। ତାମିଲନାଡୁରେ ପ୍ରାୟ ୫.୭୩ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଭଳି ବଙ୍ଗଳାରେ, ଲକ୍ଷ ଲକ୍ଷ ଭୋଟର ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।  ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ, ତାମିଲନାଡୁରେ ମଧ୍ୟ ଡିଏମକେ ନେତୃତ୍ୱାଧୀନ ଇଣ୍ଡୖିଆ ମେଣ୍ଟ ଏବଂ ଏଆଇଏଡିଏମକେ-ବିଜେପି ମେଣ୍ଟ ଏନଡିଏ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଉଭୟ ରାଜ୍ୟରେ ସକାଳ ଠାରୁ ମତଦାନ କେନ୍ଦ୍ର ବାହାରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ଏବଂ ମହିଳାମାନେ ଯଥେଷ୍ଟ ଉତ୍ସାହ ଦେଖାଉଛନ୍ତି।