ନୂଆଦିଲ୍ଲୀ,୨୩।୧୧: ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏସ୍ଆଇଆର ବେଳେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ମତଦାତା ସୂଚୀରେ ସଂଶୋଧନ ପକ୍ରିୟାରେ ୪ ଦଶକ ଧରି ହଜି ଯାଇଥିବା ପରିବାରକୁ ପୁଣିଥରେ ଏକାଠି ହୋଇ। ଚକ୍ରବର୍ତ୍ତୀ ପରିବାର ୧୯୮୮ ରେ ନିଜର ବଡ଼ ପୁଅ ବିବେକ ଚକ୍ରବର୍ତ୍ତୀଙ୍କୁ ହରାଇ ଦେଇଥିଲା। ଘରୁ ବାହାରିବା ପରେ ବିବେକଙ୍କ କୌଣସି ସୂଚନା ମିଳିନଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଛାନଭିନ୍ କରାଯାଇଥିଲା, କିନ୍ତୁ କୌଣସି ସୁରାକ୍ ମିଳିନଥିଲା। ଏପର୍ଯ୍ୟନ୍ତ ଆଶା ନଥିଲା, କେବେ ତାଙ୍କର ମିଳନ ହେବ। କିନ୍ତୁ ଏସ୍ଆଇଆର ଅଭିଯାନ କବାଟ ଖୋଲି ଦେଇଛି, ଯାହାକି ବନ୍ଦ ବୋଲି ବୁଝି ସାରିଥିଲେ।

ବିବେକଙ୍କ ସାନ ଭାଇଙ୍କ ନାଁ ପ୍ରଦୀପ ଚକ୍ରବର୍ତ୍ତୀ । ସେ ସେହି ଅଞ୍ଚଳର ବୁଥ୍ ଲେବଲ ଅଫିସର (ବିଏଲଓ) ରହିଛନ୍ତି। ଏସ୍ଆଇଆର ବେଳେ ସବୁ ଫର୍ମରେ ତାଙ୍କ ନାଁ ଓ ମୋବାଇଲ ନମ୍ବର ଛପା ଯାଇଥିଲା। ବିବେକଙ୍କ ପୁଅ କୋଲକତାରେ ରୁହେ, ଯିଏ ନିଜର ଦାଦା ବିଷୟରେ କିଛି ଜାଣେନି। ସେ ଦସ୍ତାବିଜ ପାଇଁ ସାହାଯ୍ୟ ମାଗିବାକୁ ପ୍ରଦୀପଙ୍କୁ ଫୋନ୍ କରିଥିଲେ। ପୂର୍ବରୁ କାଗଜପତ୍ରକୁ ନେଇ କଥା ହୋଇଥିଲେ, କିନ୍ତୁ ଧିରେ ଧିରେ ପୁରା ପରିବାର କଥା ଜଣାପଡିଥିଲା। ପ୍ରଦୀପ କହିଛନ୍ତି, ମୋର ବଡ଼ ଭାଇ ଶେଷଥର ୧୯୮୮ ରେ ଘରକୁ ଆସିଥିଲେ।। ଏହାପରେ ଗାଏବ ହୋଇଯାଇଥିଲେ। ଆମେ ପ୍ରତି ଜାଗାରେ ଖୋଜିଲୁ, କିନ୍ତୁ ସେ ଆମଠାରୁ ସବୁ ସମ୍ପର୍କ ଭାଙ୍ଗିଦେଲା। ଯେତେବେଳେ ଏହି ପୁଅର ଜବାବ୍ ଆମ ପରିବାରର ସେହି କଥା ସହ ମିଶିଥିଲା, ଯାହା ଆମେ ଜାଣିଛୁ। ସେତେବେଳେ ମୋତେ ଅନୁଭବ ହୋଇଥିଲା ମୁଁ ନିଜର ପୁତୁରା ସହ କଥା ହେଉଛି।’

ଏଭଳି ଭାବରେ ୩୭ ବର୍ଷ ପରେ ନିଖୋଜ ଥିବା ଚକ୍ରବର୍ତ୍ତୀ ପରିବାରର ବଡ଼ ପୁଅ ମିଳିଯାଇଥିଲା। ପରିବାର ଭିତରେ ଖୁସି ଖେଳିଯାଇଥିଲା। ବିବେକ କହିଛନ୍ତି, ଏହି ଭାବନାକୁ ଶବ୍ଦରେ ପ୍ରକାଶ କରିହେବନି। ଦୀର୍ଘ ୩୭ ବର୍ଷ ପରେ ମୁଁ ଘରକୁ ଫେରୁଛି। ମୁଁ ଘରର ସବୁ ଲୋକଙ୍କ ସହ କଥା ହୋଇସାରିଛି। ଖୁବ୍ ଖୁସି ଲାଗୁଛି। ମୁଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଉଛି, କାରଣ ଏସଆଇଆର ପକ୍ରିୟା ନଥିଲେ, ଏହି ମିଳନ କେବେ ସମ୍ଭବ ହୋଇନଥାନ୍ତା’