ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷରୁ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବଡ଼ ଶକ୍ତିଶାଳୀ ହେବା ସତ୍ତ୍ୱେ ରୁଷ୍ ବହୁ ପରିମାଣରେ କ୍ଷତି ସହିବାକୁ ପଡ଼ିଛି। ରୁଷ୍ର ପାଖାପାଖି ୭.୮୦ ଲକ୍ଷ ସୈନିକ ହତାହତ ହୋଇ ସାରିଛନ୍ତି, ୩୦୦୦ରୁ ଅଧିକ ଟ୍ୟାଙ୍କର ଧ୍ୱଂସ ହୋଇ ସାରିଛି। ଖୁବ୍ କ୍ଷତି ସତ୍ତ୍ୱେ ରୁଷ୍ ୟୁକ୍ରେନ ଉପରେ ଜୋରଦାର ହମଲା କରୁଛି ଏବଂ ସେ ପୂରା ଶକ୍ତିକୁ ଏହି ଯୁଦ୍ଧରେ ଲଗେଇ ଦେଇଛି। ୟୁକ୍ରେନ ଦାବି କରିଛି ଯେ , ନଭେମ୍ୱର ସୁଦ୍ଧା ରୁଷ୍ର ଏହି ଯୁଦ୍ଧରେ ୩ ବିଲିୟନ ଡଲାରର ହତିଆର କ୍ଷତି ହୋଇଛି।
ଏହି ମଧ୍ୟରେ , ୟୁକ୍ରେନ୍ ରୁଷ୍କୁ ଝଟକା ଦେଇ ବାଲଟିକ୍ ସାଗରରେ ରୁଷୀୟ ଫ୍ଲିଟ୍ ଜାହାଜ ପୋତ)କୁ ବଡ଼ କ୍ଷତି ପହଞ୍ଚାଇଛି। ଏସବୁ କ୍ଷତିର ଭରଣା ପାଇଁ ରୁଷ୍ ଗୋଟେ ପଟେ ସେନା ଉପରେ ମୋଟ ସରକାରୀ ଖର୍ଚ୍ଚକୁ ବଢାଇ ୪୦ ପ୍ରତିଶତ ଯାଏ କରି ଦେଇଛି ଏବଂ ଅନ୍ୟପଟେ ପୁଟିନ୍ ୩ଟି ବ୍ରହ୍ମାସ୍ତ୍ରକୁ ବାହାର କରି ନେଇଛି। ଏଥିରେ ୩ଟି ମିସାଇଲ ପ୍ରମୁଖ ଅଛି।
କିଞ୍ଜଲ ମିସାଇଲ - ଯୁଦ୍ଧର ପ୍ରାରମ୍ଭିକ ସପ୍ତାହରେ ରୁଷ୍ କହିଥିଲା କି, ସେ ପଶ୍ଚିମୀ ୟୁକ୍ରେନରେ ଏକ ହତିଆର ଡିପୋ ଉପରେ ହମଲାରେ ପ୍ରଥମ ଥର ନିଜର କିଞ୍ଜଲ ମିସାଇଲର ବ୍ୟବହାର କରିଥିଲା। କିଞ୍ଜଲ ମିସାଇଲ ଡେଗର ନାମରେ ଜଣାଯାଏ। ଏହା ଏକ ହାଇପରସୋନିକ ବାଲିଷ୍ଟିକ୍ ମିସାଇଲ , ଯାହାର ବ୍ୟବହାର ପୁଣି ଥରେ ୟୁକ୍ରେନ ବିରୋଧରେ ବଡ଼ ସ୍ତରରେ କରାଯାଉଛି।
ସିରକାନ ମିସାଇଲ - ୟୁକ୍ରେନ-ରୁଷ୍ ଫେବ୍ରୁଆରୀ ୨୦୨୨ରେ ଆରମ୍ଭ ହୋଇଛି। ୨୦୨୪ର ଆରମ୍ଭରେ କିଭ୍ରେ ଗବେଷକମାନେ କହିଛନ୍ତି କି, ମସ୍କୋ ୟୁକ୍ରେନ ବିରୋଧରେ ଆଉ ଏକ ଉନ୍ନତ କିସମର ମିସାଇଲର ବ୍ୟବହାର କରିବା ଆରମ୍ଭ କରି ଦେଇଛି, ଯାହାର ନାଁ ସିରକାନ ରହିଛି। ଏହା ମଧ୍ୟ ହାଇପରସୋନିକ କିସମର ମିସାଇଲ।
ଓରେସନିକ୍ ମିସାଇଲ - ହତାହତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଗତ ମାସରେ ରୁଷ୍ ମଧ୍ୟ ଡିନିପ୍ରୋ କ୍ଷେତ୍ରରେ ୟୁକ୍ରେନୀ ପ୍ରତିରକ୍ଷା ଠିକଣାରେ ହାଇପରସୋନିକ ବାଲିଷ୍ଟିକ ମିସାଇଲ ମାଡ଼ କରି ଥିଲା। ଏଥିରେ ୟୁକ୍ରେନକୁ ବଡ଼ ସ୍ତରରେ କ୍ଷତି ହୋଇଛି। ୟୁକ୍ରେନୀ ଅଧିକାରୀଙ୍କ ମୁତାବିକ , ରୁଷ୍ ଏବେ ଅନ୍ତଃମହାଦ୍ୱୀପୀୟ ବାଲିଷ୍ଟିକ୍ ମିସାଇଲର ମଧ୍ୟ ବ୍ୟବହାର କରୁଛି।
ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ୱରର ମଧ୍ୟରେ କହିଥିଲେ କି, ରୁଷ୍ ୟୁକ୍ରେନ ଉପରେ ବଡ଼ ସ୍ତରରେ ହମଲା କରିବ।