ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ହିଜବ-ଉତ୍-ତହରିର କ’ଣ ? ଭାରତ ସରକାର ଘୋଷଣା କଲେ ଆତଙ୍କୀ ସଂଗଠନ

Published By : Harapriya Biswal | October 10, 2024 8:20 PM

ନୂଆଦିଲ୍ଲୀ,୧୦।୧୦: ଭାରତ ସରକାର ବିଶ୍ବ ଇସ୍ଲାମୀ କଟ୍ଟରପନ୍ଥୀ ସମୁହ ହିଜବ-ଉତ୍-ତହରିତ(ଏଚ୍‌ୟୁଟି)କୁ ନିଷିଧ ଘୋଷିତ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଗୁରୁବାର ଏନେଇ ଘୋଷଣା କରିଛି। ଗୃହ ମନ୍ତ୍ରଣାଳୟ କହିଛି, ହିଜବ-ଉତ୍‌-ତହରିରର ଲକ୍ଷ୍ୟ ଲୋକତାନ୍ତ୍ରିକ ସରକାରକୁ ଜିହାଦ ମାଧ୍ୟମରେ ହଟାଇ ଭାରତ ସହ ବିଶ୍ବସ୍ତରରେ ଇସ୍ଲାମୀ ଦେଶ  ସ୍ଥାପିତ କରିବା। ମନ୍ତ୍ରଣାଳୟ କହିଛି, ହିଜବ-ଉତ୍-ତହରିର ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବଡ ବିପଦ।

କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକ ନୋଟିଫିକେସନ୍‌ରେ କହିଛି ଏଚ୍‌ୟୁଟି ଯୁବପୀଢିଙ୍କୁ କଟ୍ଟରପନ୍ଥୀ କରିବା ଓ ତାଙ୍କୁ ଆଇଏସଆଇଏସ୍ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରେରଣା ଦେଉଛି।  ଏଚ୍‌ୟୁଟି ବିଭିନ୍ନ ସୋସିଆଲ ମିଡିଆ ମଞ୍ଚ, ସୁରକ୍ଷିତ ଆପ୍‌ର ଉପଯୋଗ କରି  ଯୁବପୀଢିଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ ହେବାକୁ ପ୍ରୋତ୍ସାହିତ କରୁଛି।  ଏଚ୍‌ୟୁଟି ଏଭଳି ଏକ ସଂଘଠନ ଯାହାର ଉଦେଶ୍ୟ ଦେଶର ନାଗରିକଙ୍କୁ ସାମିଲ କରି ଜିହାଦ ଓ ଆତଙ୍କବାଦୀ ଗତିବିଧି ମାଧ୍ୟମରେ ଲୋକତାନ୍ତ୍ରିକ ରୂପରେ ଚୟନ ହୋଇଥିବା ସରକାରକୁ ଭାଙ୍ଗି ଭାରତ ସହ ସାରା ଦୁନିଆରେ ଇସ୍ଲାମ ରାଷ୍ଟ୍ର ସ୍ଥାପିତ କରିବା। ଏହା ଦେଶର ଲୋକତନ୍ତ୍ର ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବଡ ବିପଦ।

ହିଜବ-ଉତ୍-ତହରିର ଏକ ଇସଲାମିକ୍ କଟ୍ଟରପନ୍ଥୀ ସଂଗଠନ। ଏହାର ସ୍ଥାପନା ୧୯୫୩ରେ ଜେରୁଜେଲମ୍‌ରେ ହୋଇଥିଲା। ଏହାର ଉଦେଶ୍ୟ ବିଶ୍ବ ଇସ୍ଲାମୀ ଖଲିଫା (ଇସଲାମିକ୍ ଷ୍ଟେଟ୍) ସ୍ଥାପନ କରିବା, ଯାହାକି ତାଙ୍କ ବିଚାରରେ ମୁସଲିମ ଦୁନିଆରେ ଶରିଆ ଆଇନ ଲାଗୁ କରିବ। ସଂଗଠନର ମୁଖ୍ୟାଳୟ ମଧ୍ୟ ପୂର୍ବ ଓ ଦକ୍ଷିଣ ଏସିଆର ବିଭିନ୍ନ ଭାଗରେ ସକ୍ରିୟ ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.