ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନନଭେଜ୍ କ୍ଷୀର କଣ ? କାହିଁକି ଭାରତକୁ ବିକ୍ରି କରିବାକୁ ଚାହୁଁଛି ଆମେରିକା...

Published By : Rasmita Pradhan | July 19, 2025 12:46 PM

ନୂଆଦିଲ୍ଲୀ, ୧୯/୦୭ : ଶାକାହାରୀଙ୍କ ପାଇଁ ସାତ୍ତ୍ଵିକ ଖାଦ୍ୟ। ପୂଜାପାଠ, ହୋମଯଜ୍ଞ ହେଉକି ବ୍ରତ ଉପବାସ ସବୁଠି ଲାଗେ କ୍ଷୀର, ଦହି, ଘିଅ, ପନୀର। ପଞ୍ଚାମୃତରେ ବି ହୁଏ ବ୍ୟବହାର। ତେବେ ଆପଣ ଜାଣିଛନ୍ତି କି, ଯେଉଁ କ୍ଷୀରକୁ ଆମେ ଏତେ ସାତ୍ତ୍ଵିକ କହୁଛେ, ଆମ ଆରାଧ୍ୟଙ୍କ ପାଖେ ଲାଗି କରୁଛେ, ତାହା ଭେଜ୍ ନା ନନଭେଜ୍ ? ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ। ମନକୁ ପ୍ରଶ୍ନ ବି ଆସୁଥିବ କ୍ଷୀର ତ ସବୁବେଳେ ଭେଜ୍ । ଇଏ ନନଭେଜ୍ କ୍ଷୀର ପୁଣି କଣ ? ଭାରତ ଆମେରିକା ଭିତରେ ଏକ ଟ୍ରେଡ୍ ଡିଲ୍‌କୁ ନେଇ ଏବେ ଚର୍ଚ୍ଚାକୁ ଆସିଛି 'ନନଭେଜ୍ କ୍ଷୀର'। 

ଗାଈ ଏକ ଶାକାହାରୀ ପଶୁ। ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଏ। ଭାରତରେ ଗାଈକୁ ଚାରା, ଘାସ, ଚୋକଡ଼ ଆଦି ଖାଦ୍ୟ ଦିଆଯାଏ। ତେଣୁ ଭାରତରେ ଉତ୍ପାଦନ ହେଉଥିବା ଦୁଗ୍ଧକୁ ଶାକାହାରୀ କୁହାଯାଏ। ହେଲେ ଆମେରିକାର ଗୋପାଳନ ଭାରତ ଠାରୁ ଭିନ୍ନ। ଏଠାରେ ପୋଷଣ ପାଇଁ ଗାଈକୁ ଘୁଷୁରି ମାଂସ, କୁକୁଡ଼ା ମାଂସ, ମାଛ ଏପରିକି କୁକୁର ବିଲେଇଙ୍କ ମାଂସ ବି ଖାଇବାକୁ ଦିଆଯାଏ। ଅଧିକ ପ୍ରୋଟିନ ପାଇଁ ଆମେରିକା ଗାଈଙ୍କୁ ଘୁଷୁରି, ଘୋଡ଼ାଙ୍କ ରକ୍ତ ଓ ଚର୍ବି ଦିଆଯାଏ। ଗୋଖାଦ୍ୟରେ କୁକୁଡ଼ା ପର ମିଶାଯାଏ। ତେଣୁ ଆମେରିକାରେ ଉତ୍ପାଦନ ହେଉଥିବା କ୍ଷୀରକୁ ନନଭେଜ୍ କ୍ଷୀର କୁହାଯାଉଛି। ତେବେ ଆମେରିକା ବ୍ୟତୀତ ଋଷ, ମେକ୍ସିକୋ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ବ୍ରାଜିଲ୍‌ରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଗାଈକୁ ନନଭେଜ୍ ଖାଦ୍ୟ ଦିଆଯାଏ। ଏପରି ସ୍ଥିତିରେ ଯଦି ଆମେରିକାରୁ ଦୁଗ୍ଧ ଆମଦାନୀ ହୁଏ ତାହେଲେ ଏହା ଭାରତୀୟଙ୍କ ଧାର୍ମିକ ଭାବନାକୁ କୁଠାରାଘାତ ହେବ। ତେଣୁ ଭାରତ ସରକାର ଏହି ନନଭେଜ୍ କ୍ଷୀର ଆମଦାନୀ କରିବାକୁ ସଫା ସଫା ମନା କରି ଦେଇଛନ୍ତି। ଏହା ସହ ଆମେରିକା ସହ ସର୍ତ୍ତ ରଖିଛନ୍ତି। ଭାରତକୁ ପଠାଯାଉଥିବା ଦୁଗ୍ଧ ସୁଦ୍ଧ ଶାକାହାରୀ ଗାଈଙ୍କ ଠାରୁ ଉତ୍ପାଦନ ହେଉଛି ବୋଲି ଗ୍ୟାରେଣ୍ଟି ଦେଲେ ଯାଇ ଏହି ଡିଲ୍ ହୋଇପାରିବ ବୋଲି ସରକାର କହିଛନ୍ତି। 

ଭାରତ ଦୁନିଆର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ ଏବଂ ଉପଭୋକ୍ତା ଦେଶ। ଏଠାରେ ୮ କୋଟି ଲୋକ ନିୟମିତ ଦୁଗ୍ଧ ବ୍ୟବହାର କରନ୍ତି। ୨୦୨୩-୨୪ରେ ଭାରତ ୨୩୯.୩ ମିଲିଅନ ଟନ୍ ଦୁଗ୍ଧ ଉତ୍ପାଦନ କରିଛି। ଏପରି ସ୍ଥିତିରେ ଯଦି ଆମେରିକା ଭାରତକୁ ଦୁଗ୍ଧ ବିକ୍ରି କରେ, ତାହେଲେ ଭାରତୀୟ ପଶୁପାଳକଙ୍କୁ ବାର୍ଷିକ ୧.୦୩ ଲକ୍ଷ କୋଟିର କ୍ଷତି ସହିବାକୁ ପଡ଼ିବ। ଖାଲି ସେତିକି ନୁହେଁ କ୍ଷୀରର ଦାମ୍ ମଧ୍ୟ ୧୫% କମିଯିବ। ଏହାଦ୍ଵାରା ଦୁଗ୍ଧଚାଷୀ ପ୍ରଭାବିତ ହେବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.